ETV Bharat / city

ନିର୍ବାଚନ ପୂର୍ବରୁ ପୃଥକ ପୃଥକ ସ୍ଥାନରୁ ଟଙ୍କା ଜବତ - ରାଉରକେଲା

ସାଧାରଣ ନିର୍ବାଚନ ପାଇଁ ବ୍ୟାପକ ମାତ୍ରାରେ ଟଙ୍କା ହେରଫେର ହେଉଛି । ଯାହାକୁ ରୋକିବାକୁ ପ୍ରଶାସନ କଡା ପଦକ୍ଷେପ ନେଇଛି । ବିଭିନ୍ନ ସ୍ଥାନରେ ଚଢାଉ କରି ପୁଳା ପୁଳା ଟଙ୍କା ଜବତ କରୁଛି ପୋଲିସ । ସେହିପରି ରାଉରକେଲା ସହରର ପୃଥକ ପୃଥକ 2ଟି ସ୍ଥାନରେ ଟଙ୍କା ଜବତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Mar 28, 2019, 9:16 PM IST

ରାଉରକେଲା: ନିର୍ବାଚନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ରାଉରକେଲା ସହରର 2ଟି ପୃଥକ ପୃଥକ ସ୍ଥାନରୁ ପୋଲିସ ଟଙ୍କା ଜବତ କରିଛି । ପାଖାପାଖି 9 ଲକ୍ଷ 20 ହଜାର 970 ଟଙ୍କା ଜବତ କରାଯାଇଛି ।

ସୂଚନାଯୋଗ୍ୟ, ସହରର ଇସ୍ପାତମାର୍କେଟ ନିକଟରେ ଏକ ଗାଡିକୁ ଯାଞ୍ଚ କରିବା ସମୟରେ 6 ଲକ୍ଷ ଟଙ୍କା ମିଳିଛି । ସେହିପରି କୁଆଁରମୁଣ୍ଡା ରାସ୍ତାର ଲାଶେ ନିକଟଏକ ଗାଡିରୁ 3 ଲକ୍ଷ 20 ହଜାର 970 ଟଙ୍କା ଜବତ କରାଯାଇଛି । ତେବେ ଏହି ଟଙ୍କା ଜବତ ହୋଇଥିବା ଲୋକଙ୍କ ଠାରୁ ସଠିକ ଜବାବ ନପାଇବାରୁ ପୋଲିସ ଏହାକୁ ସିଜ କରିଥିଲା । ପ୍ରମାଣ ଦେବା ପରେ ଟଙ୍କା ଫେରସ୍ତ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ନିର୍ବାଚନ ସମୟ ଥିବାରୁ ଟଙ୍କା ଗୁଡିକ ନିର୍ବାଚନରେ ଖର୍ଚ୍ଚ ହେବା ସନ୍ଦେହରେ ଜବତ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:Body:

all party candidate file their nomination from kandhamal district.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.