ETV Bharat / city

15 ଦିନ ହେଲା ବ୍ୟାଙ୍କ ବନ୍ଦ, ସରକାରୀ ସହାୟତାରୁ ବଞ୍ଚିତ ସ୍ଥାନୀୟ ଲୋକେ

ଲକଡାଉନରେ ବ୍ୟାଙ୍କ ସହିତ ଅର୍ଥନୈତିକ ପ୍ରତିଷ୍ଠାନ ଗୁଡିକୁ ଖୋଲାରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବ୍ୟାଙ୍କ ଗୁଡିକ ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନକରୁଛନ୍ତି। ହେଲେ ଏପରି ସ୍ଥିତିରେ ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଥିବା ଜରେଇକେଲା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା 12ରୁ 15ଦିନ ହେଲା ବନ୍ଦ ରହିଛି । ଏନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

bank-closed-in-rourkela
15 ଦିନ ହେଲା ବ୍ୟାଙ୍କ ବନ୍ଦ, ସରକାରୀ ସହାୟତାରୁ ବଞ୍ଚିତ ସ୍ଥାନୀୟ ଲୋକେ
author img

By

Published : May 1, 2020, 10:18 AM IST

Updated : May 1, 2020, 10:32 AM IST

ରାଉରକେଲା: ଲକଡାଉନରେ ବ୍ୟାଙ୍କ ସହିତ ଅର୍ଥନୈତିକ ପ୍ରତିଷ୍ଠାନ ଗୁଡିକୁ ଖୋଲାରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବ୍ୟାଙ୍କ ଗୁଡିକ ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନକରୁଛନ୍ତି। ହେଲେ ଏପରି ସ୍ଥିତିରେ ଓଡିଶା-ଝାଡଖଣ୍ଡ ସୀମାନ୍ତ ଜରେଇକେଲାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା 12ରୁ 15ଦିନ ହେଲା ବନ୍ଦ ରହିଛି । ଏନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

15 ଦିନ ହେଲା ବ୍ୟାଙ୍କ ବନ୍ଦ, ସରକାରୀ ସହାୟତାରୁ ବଞ୍ଚିତ ସ୍ଥାନୀୟ ଲୋକେ

ବ୍ୟାଙ୍କ କେଉଁ କାରଣରୁ ବନ୍ଦ ରହିଛି ତାହା ମଧ୍ୟ ବ୍ୟାଙ୍କ ଦ୍ବାରା ସୂଚନା ଦିଆଯାଇନାହିଁ । ସ୍ଥାନୀୟ ବାସିନ୍ଦାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବ୍ଲକ ଅଧ୍ୟକ୍ଷ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଲୋକମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବାରୁ ବ୍ୟାଙ୍କ ଖୋଲିବା ପାଇଁ ଜିଲ୍ଲାପାଳକୁ ଅନୁରୋଧ କରିଛନ୍ତି । ଅପରପକ୍ଷେ ବିଶ୍ରା ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ଲୋକମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ହେଉଥିବା କୁହାଯାଉଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : May 1, 2020, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.