ETV Bharat / city

ପୋଖରୀରୁ ମୃତ ହାତୀ ଛୁଆ ଉଦ୍ଧାର

author img

By

Published : Aug 21, 2020, 8:57 AM IST

ସୁନ୍ଦରଗଡ଼ ଜିଲ୍ଲା ଦାଘୋରା ସେକ୍ସନର ଖଜୁରବାହାଲ ଗାଁ ନିକଟ ଏକ ଛୋଟ ପୋଖରୀରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି ।

baby elephant deadbody found
ହାତୀ ଛୁଆର ମୃତଦେହ ଉଦ୍ଧାର

ରାଉରକେଲା: ହାତୀ ଛୁଆର ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା ଦାଘୋରା ସେକ୍ସନର ଖଜୁରବାହାଲ ଗାଁ ନିକଟ ଏକ ଛୋଟ ପୋଖରୀରୁ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ, ପୋଖରୀରେ ହାତୀ ଛୁଆଟିର ମୃତଦେହ ପଡିଥିବା ନେଇ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏପଟେ ପାଣିରେ ବୁଡି ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ପୋଖରୀ ନିକଟ ବନ୍ଧ ପାଖରେ ଅନେକ ହାତୀର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି ।

ତେବେ କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ ଏକ ଚିତା ବାଘର ମୃତଦେହ କ୍ଷତାକ୍ତ ଅବସ୍ଥାରେ ରେଳ ଧାରଣ କଡ଼ରୁ ଉଦ୍ଧାର କରାଯାଇଥିଲା । ଆଜି ଆଉ ଏକ ହାତୀ ଛୁଆର ମୃତ୍ୟୁ ପରେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.