ରାଉରକେଲା: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସୁନ୍ଦରଗଡ଼ ଜିଲ୍ଲାକୁ ଅଣଦେଖା କରାଯାଉଛି । ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ଅଭିଯୋଗ କରିଛି ଏସୟୁସିଆଇ । ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ସୁନ୍ଦରଗଡ଼ସ୍ଥିତ ଆରଜିଏଚ ହସପିଟାଲ ପ୍ରତି ଅଣଦେଖା କରାଯାଉଥିବା ସଂଘ ଅଭିଯୋଗ କରିଛି ।
ଆଇଜିଏଚ୍କୁ ସୁପରସ୍ପେସିଆଲିଟି ହସ୍ପିଟାଲ କରିବା ନେଇ ଅନେକ ଦିନରୁ ରାଉରକେଲା ତଥା ସୁନ୍ଦରଗଡ଼ବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦିଆଚାଲିଛି ।
ତେବେ ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ୍ୟୁସିଆ(ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ ଇଣ୍ଡିଆ) ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବକ୍ତାମାନେ 14ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାରେ ମଦ ବନ୍ଦ କରିବା ପାଇଁ ମଧ୍ୟ ଦାବି ଉପସ୍ଥାପନ କରାଯାଇଥିଲା ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ