ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଲହୁଣିପଡା କଲେଇପୋସ କେନ୍ଦୁଡିହି ନିକଟରେ ଦୁର୍ଘଟଣା । ବିଳମ୍ବିତ ରାତିରେ ଡମ୍ପର ଓ 12 ଚକିଆ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ଡମ୍ପର ଚାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ବିଳମ୍ବିତ ରାତି ଦୁର୍ଘଟଣା ଘଟିଥିବାରୁ ଆଜି ସକାଳେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜେସିପି ସାହାଯ୍ୟରେ ଟ୍ରକ ଡ୍ରାଇଭରଙ୍କୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ, ଡମ୍ପର ଦୁଇ ଖଣ୍ଡ ହୋଇ ରାସ୍ତାର ଏକ ଆମ୍ବ ବଗିଚାରେ ଭିତରେ ପଶିଯାଇଥିଲା । ଅନ୍ୟପଟେ, ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନଥିବାବେଳେ, ସେ ରାଉରକେଲାର ବୋଲି ଜଣାପଡିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ