ETV Bharat / city

ମୁଢି କିଣାକୁ ନେଇ ମହାଭାରତ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥର ମାଡ

author img

By

Published : Jan 15, 2020, 3:23 AM IST

Updated : Jan 15, 2020, 8:23 AM IST

ସାମାନ୍ୟ ମୁଢି କିଣା ଘଟଣାକୁ ନେଇ ସୁନ୍ଦରଗଡ଼ରେ ଦୁଇଗୋଷ୍ଠୀ ମଧ୍ୟରେ ପଥର ମାଡ ହୋଇଥିଲା । ଏଥିରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଥିବାବେଳେ 2 ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

rourkela
ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥର ମାଡ

ରାଉରକେଲା: ସାଧାରଣ କଥାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ସାମାନ୍ୟ ମୁଢି କିଣା ଘଟଣାକୁ ନେଇ ସୁନ୍ଦରଗଡ଼ରେ ଦୁଇଗୋଷ୍ଠୀ ମଧ୍ୟରେ ପଥର ମାଡ ହୋଇଥିଲା । ଏଥିରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଥିବାବେଳେ 2 ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୁଢି କିଣାକୁ ନେଇ ମହାଭାରତ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥର ମାଡ

ସାମାନ୍ୟ ଘଟଣାକୁ କେନ୍ଦ୍ର କରି ମଙ୍ଗଳବାର ଅପରାହ୍ଣରେ ସୁନ୍ଦରଗଡ଼ ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ପକ୍ଷରୁ ପ୍ରବଳ ଟେକା ପଥର ମାଡ କରାଯାଇଥିଲା । ଉତ୍ତେଜନା ବଢିବାରୁ 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଏସପି ସୌମ୍ୟ ମିଶ୍ରଙ୍କ ନେତୃତ୍ବରେ ପୋଲିସବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରୁଥିବାବେଳେ ବହୁତ ସଂଖ୍ୟାରେ ପୋଲିସ ସହରରେ ମୁତୟନ କରି ପାଟ୍ରୋଲିଂ ଆରମ୍ଭ କରାଯାଇଛି । ସୂଚନାଯୋଗ୍ୟ ଯେ, ସୋମବାର CAA ଶୋଭାଯାତ୍ରା ବେଳେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଥିଲା । ପୋଲିସ ପରିସ୍ଥିତି ଉପରେ ନଜର ରଖିଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ସୁନ୍ଦରଗଡ଼ ରେ ସାଧାରଣ ମୁଢି କିଣିବା ଘଟଣା କୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟ ରେ ଉତ୍ତେଜନା ଦେଖା ଯାଇଛି। ପଥର ମାଡ଼ ରେ ଦୁଇ ଗାଡି କ୍ଷତିଗ୍ରସ୍ତ ହୋଇ ଥିବା ବେଳେ 2 ଜଣ ଆହତ ହୋଇ ଚିକିତ୍ସା ପାଇଁ ଯାଇଛନ୍ତି। ଏସପି ସୌମ୍ୟ ମିଶ୍ରଙ୍କ ନେତୃତ୍ୱ ରେ ପୋଲିସ ବାହିନୀ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରୁ ଥିବା ବେଳେ ବହୁତ ସଂଖ୍ୟା ରେ ପୋଲିସ ସହର ରେ ମୁତୟନ କରି ପେଟ୍ରୋଲିଂ ଆରମ୍ଭ ହୋଇଛି।

Body:ସାମାନ୍ୟ ଘଟଣା କୁ କେନ୍ଦ୍ର କରି ମଙ୍ଗଳବାର ଅପରାହ୍ଣ ରେ ସୁନ୍ଦରଗଡ଼ ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ମୟ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ପକ୍ଷରୁ ପ୍ରବଳ ଟେକା ପଥର ମାଡରେ ଦୁଇ ଜଣ ଆହତ ହୋଇଥିବା ବେଳେ ଦୁଇଟି ଗାଡି ଭାଙ୍ଗି ଯାଇଛି । ଉତ୍ତେଜନା ବଢିବାରୁ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁନ୍ଦରଗଡ଼ ଏସ ପି ସୌମ୍ୟା ମିଶ୍ର , ଟାଉନ ଥାନା ଅଧିକାରୀ , ଏସଡିପିଓ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ଶାନ୍ତି ରକ୍ଷା ଲାଗି ନିବେଦନ କରିଛନ୍ତି । ମଙ୍ଗଳବାର ଦିନ ଅପରାହ୍ଣ ରେ ଜଣେ ବ୍ୟକ୍ତି କିଛି ସାମଗ୍ରୀ କିଣିବାକୁ ଏକ ଦୋକାନକୁ ଯାଇଥିବା ବେଳେ କୌଣସି କାରଣରୁ ବଚସା ହୋଇଥିଲା । ପରେ ଦୁଇଜଣଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା । ଏହା ପରେ ଉଭୟ ପକ୍ଷରୁ ଦୁଇ ଗୋଷ୍ଠୀ ହୋଇ ପଥର ଫିଙ୍ଗା ଫିଙ୍ଗି ହୋଇଥିଲେ ।

।Conclusion:ସୂଚନା ଯୋଗ୍ୟଯେ ସୋମବାର ଦିନ CAA ଶୋଭାଯାତ୍ରା ବେଳେ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଥିଲା । ପୋଲିସ ପରିସ୍ଥିତି ଉପରେ ନଜର ରଖିଛି
Last Updated : Jan 15, 2020, 8:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.