ରାଉରକେଲା : ରାଉରକେଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି 5 ବର୍ଷ ପୁଅକୁ ଗଳା କାଟି ହତ୍ୟା କରିଛି ବାପା । ଏଭଳି ଘଟଣା ଘଟିଛି ବନ୍ଧମୁଣ୍ଡାର ଆର୍. ଏସ୍ କଲୋନୀଠାରେ ।
ସୂଚନା ଅନୁଯାୟୀ, ଆରଏସ୍ କଲୋନୀର ବାସିନ୍ଦା ହନ୍ଦ ଓରାମ ନିଜ 5 ବର୍ଷର ପୁଅକୁ ଅବୈଧ ସନ୍ତାନ ମାନୁଥିଲା । ତେଣୁ ସୋମବାର ସକାଳେ ତାଙ୍କ ସ୍ତ୍ରୀ ଶୌଚ ପାଇଁ ଯାଇଥିବାବେଳେ ସେ ନିଜ 5 ବର୍ଷର ପୁଅ ଅନୁଗ୍ରହ ଓରାମର ଛୁରୀରେ ତଣ୍ଟି କାଟି ଖଟ ତଳେ ଫିଙ୍ଗି ଦେଇଥିଲା ।
ତେବେ ଖବର ପାଇ ବନ୍ଧମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହନ୍ଦ ଓରାମଙ୍କୁ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ