ରାଉରକେଲା: ମତଦାନ କରିବାକୁ ଆସି ଆଖି ବୁଜିଛନ୍ତି 55 ବର୍ଷୀୟ ଭୋଟର । ଘଟଣାଟି ଘଟିଛି ସ୍ଥାନୀୟ ରାଇବୋଗା ଅଞ୍ଚଳର ବାଙ୍କୀଠାରେ ଥିବା 100 ନଂ ପୋଲିଂ ବୁଥ୍ର । ମୃତକଙ୍କ ନାମ ରାଥୁ ବାଡେଇକ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ଭୋଟ ଦେବା ପାଇଁ ରାଥୁ ଦୀର୍ଘ ସମୟ ଧରି ପୋଲିଂ ବୁଥ ବାହାରେ ଲମ୍ବା ଲାଇନରେ ଅପେକ୍ଷା କରିଥିଲେ ଏବଂ ଦୀର୍ଘ ସମୟ ପରେ ସେ ଟଳି ପଡିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଭୋଟରମାନେ ଏକତ୍ରିତ ହୋଇ ରାଥୁଙ୍କୁ ଉଦ୍ଧାର କରିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି । ତେବେ ରାଥୁଙ୍କ ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ