ETV Bharat / city

ଘର ବାହୁଡିବାକୁ ଜାଲ ପଞ୍ଜିକରଣ କଲେ ପ୍ରବାସୀ, ଚାଲିଛି ତଦନ୍ତ

author img

By

Published : May 22, 2020, 12:24 AM IST

Updated : May 22, 2020, 10:54 AM IST

ଚେନ୍ନାଇରୁ ବିହାର କଟିହାର ଜିଲ୍ଲା ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନରୁ 54 ଜଣ ରାଉରକେଲା ଷ୍ଟେସନରେ ଓହ୍ଲାଇଯାଇଛନ୍ତି । ଏମାନେ ଜାଲ ପଞ୍ଜିକରଣ କରି ଏହି ଟ୍ରେନରେ ଯାତ୍ରା କରିଥିବା କୁହାଯାଇଛି । ଅଧିକ ପଢନ୍ତୁ...

od_rkl_migrant
ଘରବାହୁଡାକୁ ଜାଲ ପଞ୍ଜିକରଣ କଲେ ପ୍ରବାସୀ,

ରାଉରକେଲା: ଚେନ୍ନାଇରୁ ବିହାର କଟିହାର ଜିଲ୍ଲା ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଜାଲ ପଞ୍ଜିକରଣ କରି 54 ପ୍ରବାସୀ ଶ୍ରମିକ ଚଢିଥିଲେ । ତେବେ ଓଡିଶାର ପ୍ରବାସୀ ଶ୍ରମିକ ମାନେ ଅଚାନକ ରାଉରକେଲାରେ ଓହ୍ଲାଇ ପଡିବା ପରେ ଟ୍ରେନ ଛାଡିଥିଲା । ଏପଟେ ଏହି ଶ୍ରମିକମାନେ ଏଠାରେ ରହିଯାଇଥିଲେ ।

ଘର ବାହୁଡିବାକୁ ଜାଲ ପଞ୍ଜିକରଣ କଲେ ପ୍ରବାସୀ, ଚାଲିଛି ତଦନ୍ତ

ଏ ନେଇ ଅବଗତ ପରେ ଏମାନଙ୍କୁ ଧରିଥିଲା ରେଳବାଇ ପୋଲିସ । ଏହି ଶ୍ରମିକ ମାନେ ତାଙ୍କ ଗନ୍ତବ୍ୟସ୍ଥଳ କଟିହାର ଦର୍ଶାଇ ଟ୍ରେନରେ ଚଢିଥିଲେ । ତେବେ ଏହି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯେତେବେଳେ ରାଉରକେଲା ଷ୍ଟେସନରେ ଖାଦ୍ୟ ଏବଂ ପାଣି ଲାଗି ରହିଲା ସେତେବେଳେ ଏମାନେ ଜଣେ ପରେ ଜଣେ ଟ୍ରେନରୁ ଓହ୍ଲାଇ ଗେଟ ଆଡକୁ ଯାଉଥିବାବେଳେ ସୁରକ୍ଷାକର୍ମୀ ଅଟକାଇଥିଲେ । ଏବେ ଉକ୍ତ ଶ୍ରମିକ ମାନଙ୍କୁ ରେଳବାଇ ୱେଟିଙ୍ଗ ରୁମରେ ରଖାଯାଇଛି । ଏ ବାବଦରେ ରେଳବାଇ କର୍ତ୍ତୃପକ୍ଷ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିବା ଜଣାପଡିଛି । ରେଳ ପ୍ରଶାସନ ପାଇଁ ଏହି ଘଟଣା ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Last Updated : May 22, 2020, 10:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.