ଜିଏସଟି ଠକେଇ, ଗିରଫ ପରେ ଦୁଇ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ - gst frud court forward
ଇସ୍ପାତ ନଗରୀରେ ଜିଏସଟି ଠକେଇ ପର୍ଦ୍ଦାଫାଶ । 2 ବ୍ୟବସାୟୀ ଗିରଫ ହେବା ପରେ କୋର୍ଟ ଚାଲାଣ ହୋଇଛନ୍ତି । ଅଧିକ ପଢନ୍ତୁ...
କଟକ/ ରାଉରକେଲା: ଇସ୍ପାତ ନଗରୀରେ ଜିଏସଟି ଠକେଇ ପର୍ଦ୍ଦାଫାଶ । ଗୁରୁବାର ରାଜ୍ୟ ଓ ରାଉରକେଲା ଜିଏସଟି ବିଭାଗର ସହଯୋଗରେ ସହରର ଅମିତ ବେରିୱାଲ ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟଜଣେ ବ୍ୟକ୍ତି ସୁଭାଷ ସ୍ବାଇଁଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯାଇଛି ।
ଅମିତଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ଆସିଥିଲା । ରାଉଲକେଲାରେ 500 କୋଟିରୁ ଅଧିକ ଟଙ୍କାର ଜିଏଶଟି ଠକେଇ ନେଇ ଲଗାତାର ଧରପଗଡ ଜାରି ରହିଛି ।
ରାଜ୍ୟ ସରକାରଙ୍କ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ, ଜାଲ ବିଲ ବ୍ୟବହାର କରି ୧୨୩ କୋଟି ଜିଏସଟି ଠକେଇ କରିଥିବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଅସାଧୁ ବ୍ୟବସାୟୀ ମାନେ ନିଜ ବ୍ୟକ୍ତିଗତ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସେମାନେ ସୃଷ୍ଟି କରିଥିବା ୨୮ ଟି ଜାଲ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ ଜାଲ ବିଲ ଜରିଆରେ ୪୯୩ କୋଟି ଟଙ୍କାର ଜିନିଷ କିଣିଥିବା ଏବଂ ୬୮୭ କୋଟି ଟଙ୍କାର ଜିନିଷ ବିକ୍ରି କରିଥିବା ଦର୍ଶାଇ ସରକାରଙ୍କୁ ୧୨୩ କୋଟି ଟଙ୍କାର ଟିକସ ଫାଙ୍କିଥିବାର ପ୍ରମାଣ ପାଇଛି ଜିଏସଟି ଏନଫୋର୍ସମେଣ୍ଟ ବିଭାଗ।
ସେମାନେ କିଛି ଗୃହିଣୀ , କ୍ରେନ ଚାଳକ, ଦିନ ମଜୁରିଆ , ଘରୋଇ ଶିକ୍ଷକ ଏବଂ ବେକାର ଯୁବକଙ୍କୁ ରୋଜଗାର ଦେବା ଆଳରେ ସେମାନଙ୍କ ଠାରୁ ପ୍ୟାନ କାର୍ଡ, ଆଧାରକାର୍ଡ, ବ୍ୟାଙ୍କ ପାସବୁକ,ଏବଂ ଫଟୋ ଆଦି ସଂଗ୍ରହ କରି ସେମାନଙ୍କ ନାମରେ ପ୍ରାୟ ୨୮ ଟି ଜାଲ ବ୍ୟବସାୟ ପ୍ରତିଷ୍ଠାନ ସୃଷ୍ଟିକରି ତାଙ୍କ ନାମରେ ଜିଏସଟି ପଞ୍ଜିକରଣ କରିଥିଲେ।
ଉକ୍ତ ଜାଲ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ କୌଣସି ଜିନିଷ କିଣାବିକା ନକରି ଜାଲ ବିଲ ଜରିଆରେ କୋଟି କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଓଡିଶା ଓ ବାହାର ରାଜ୍ୟର ବ୍ୟବସାୟୀ ମାନଙ୍କୁ ହସ୍ତାନ୍ତର କରୁଥିଲେ। କେବଳ ସେତିକି ନୁହେଁ ବିଭିନ୍ନ ରେଜିଷ୍ଟ୍ରିଭୁକ୍ତ ଆସାଧୁ ବ୍ୟବସାୟୀଙ୍କ ଠାରୁ ବିନା ବିଲ ଏବଂ ବିନା ଟିକସ ପଇଠ କରି ଜିନିଷ ପତ୍ର ମଧ୍ୟ କିଣୁଥିଲେ। ଉକ୍ତ ଚୋରା ଜିନିଷକୁ ବୈଧ ରୂପେ ବିକ୍ରି ଦର୍ଶାଇବା ପାଇଁ ସେମାନେ ସୃଷ୍ଟି କରିଥିବା ଜାଲ ବ୍ୟବସାୟ ପ୍ରତିଷ୍ଠାନ ନାମରେ ଜାଲ କିଣାବିଲ ପ୍ରସ୍ତୁତ କରୁଥିଲେଏବଂ ଉକ୍ତ ବିଲ ରେ ଦର୍ଶାଇଥିବା ଟ୍ୟାକ୍ସ କ୍ରେଡିଟ କୁ ବ୍ୟବହାର କରି କୋଟି କୋଟି ଟଙ୍କାର ଟିକସ ଫାଙ୍କି ଆସୁଥିଲେ।
କଟକରୁ ନାରାୟଣ ସାହୁ ଓ ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ
Body:ଅମିତ ଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର GST ଠକେଇ ଅଭିଯୋଗ ହେଲାପରେ ଉଦିତ ନଗର ଥାନାରେ ରଖି ପଚରା ଉଚୁରା ଚାଲିଛି ।
Conclusion:Gst ବିଭାଗ ତରଫରୁ ଠକାମି କୁ ନେଇ ଆଜି ପଚରା ଉଚ୍ଚର ପରେ ବିଭାଗ କଣ କରୁଛି ଏହା ଉପରେ ସମସ୍ତଙ୍କ ନଜର।