ETV Bharat / city

ରାଉରକେଲା ସ୍ବତନ୍ତ୍ର ଜେଲରେ 17 ଅନ୍ତେବାସୀ କୋରୋନା ପଜେଟିଭ - 17 prisoner found covid positive

ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ ଜିଲ୍ଲାରେ 86 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ରାଉରକେଲା ଜେଲର 17 ଅନ୍ତେବାସୀ କୋରୋନା ପଜିଟିଭ ଚିହ୍ନଟ ରହିଛନ୍ତି । ଅଧିକ ପଢନ୍ତୁ...

ରାଉରକେଲାର ସ୍ବତନ୍ତ୍ର ଜେଲର 17 ଅନ୍ତେବାସୀ କୋରୋନା

author img

By

Published : Aug 7, 2020, 9:52 AM IST

ରାଉରକେଲା: ରାଜ୍ୟରେ ଟେଷ୍ଟିଂ କ୍ଷମତାକୁ ତ୍ବରାନ୍ବିତ କରାଯିବା ପରେ ସଂକ୍ରମଣ ମାମଲାରେ ବୃଦ୍ଧି ପାଉଛି । ଗତ କିଛି ଦିନ ଧରି ସୁନ୍ଦରଗଡରେ ମାତ୍ରାଧିକ ସଂକ୍ରମିତ ମାମଲା ରିପୋର୍ଟ ହେଉଛି । ଗୁରୁବାର ସନ୍ଧ୍ୟାରେ ଜିଲ୍ଲାରେ 86 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗୁରୁବାର ସଂକ୍ରମିତଙ୍କ ମଧ୍ୟରୁ 17 ଜଣ ସ୍ବତନ୍ତ୍ର ଜେଲର ଅନ୍ତେବାସୀ ରହିଛନ୍ତି । ଜେଲରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସାନିଟାଇଜ କରାଯାଇଛି ।

ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଜେଲର ବିଭିନ୍ନ ୱାର୍ଡର ବିଶୋଧନ ମଧ୍ୟ କରାଯାଉଛି । ତେବେ ଜେଲରେ ଏତେ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ଜେଲ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି । ଏ ବାବଦରେ ସୁନ୍ଦରଗଡ ଜିଲ୍ଲାପାଳ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.