ETV Bharat / city

ପୁରୀରେ ଜିରୋ ନାଇଟ ସେଲିବ୍ରେସନକୁ ନା

ଚଳିତ ବର୍ଷ ପୁରୀରେ ହେବନି ଜିରୋ ନାଇଟ ସେଲିବ୍ରେସନ । କୋଭିଡ ସ୍ଥିତି ଯୋଗୁଁ ସବୁ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର ।

ପୁରୀରେ ଜିରୋ ନାଇଟ ସେଲିବ୍ରେସନରେ ଲାଗିଲା କଟକଣା

author img

By

Published : Dec 28, 2020, 6:36 PM IST

ପୁରୀ: ଟ୍ବିନି ସିଟି ପରେ ପୁରୀରେ ଜିରୋ ନାଇଟରେ ଲାଗିଲା କଟକଣା । ଚଳିତ ବର୍ଷ ପୁରୀରେ ହେବନି ଜିରୋ ନାଇଟ ସେଲିବ୍ରେସନ । କୋଭିଡ ସ୍ଥିତି ଯୋଗୁଁ ସବୁ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ପୁରୀରେ ଜିରୋ ନାଇଟ ସେଲିବ୍ରେସନରେ ଲାଗିଲା କଟକଣା

ନୂଆବର୍ଷକୁ ସ୍ଵାଗତ ଜଣାଇବା ପାଇଁ ପୁରୀ ସହରକୁ ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଏହି ଅଵସରରେ ବିଭିନ୍ନ ହୋଟେଲ ଡିସେମ୍ବର 31 ତାରିଖରେ ଜିରୋ ନାଇଟ ସେଲିବ୍ରେସନ ହୋଇଥାଏ । ନାଚ ଗୀତରେ ପର୍ଯ୍ୟଟକ ମସଗୁଲ ହୋଇ ନୂଆ ବର୍ଷକୁ ସ୍ବାଗତ କରନ୍ତି । କିନ୍ତୁ ଏବର୍ଷ କୋଭିଡ ସ୍ଥିତି ଯୋଗୁଁ ସବୁ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିଛି ।

କୌଣସି ହୋଟେଲରେ ଷ୍ଟେଜ ପ୍ରୋଗ୍ରାମ ଆୟୋଜନ ହେବ ନାହିଁ । ପ୍ରଶାସନର ନିର୍ଦ୍ଦେଶ ପରେ ପୁରୀ ହୋଟେଲ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି । ଲୋକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପକୁ ହୋଟେଲ ମାଲିକ ସମର୍ଥନ କରିଛନ୍ତି । ସେପଟେ ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଆସନ୍ତା 30 ଓ 31 ତାରିଖ ଦୁଇ ଦିନ ପୁରୀରେ ରହୁଥିବା ବାହାର ଜିଲ୍ଲାର କର୍ମଜୀବି, ଛାତ୍ର, ବ୍ୟବସାୟୀ, ଭଡାଟିଆ ମହାପ୍ରଭୁଙ୍କ ଦର୍ଶନ କରିବେ ।

ଏନେଇ ପ୍ରଶାସନ ପକ୍ଷରୁ ତାଙ୍କ ନିକଟକୁ ଯାଇ ଟୋକନ ଦିଆଯିବ । ମହାପ୍ରଭୁଙ୍କ ଦର୍ଶନରୁ ଯେମିତି କେହି ବଞ୍ଚିତ ନ ହେବେ, ସେ ନେଇ ସବୁ ବ୍ୟବସ୍ଥା ହେଉଥିବା ଜିଲ୍ଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.