ETV Bharat / city

ଏ କେମିତିକା ପ୍ରେମ ? ପ୍ରେମିକା ଗର୍ଭବତୀ ହେବାରୁ ବିଷ ପିଆଇ ଦେଲା ପ୍ରେମିକ - ପୁରୀରେ ଯୁବତୀଙ୍କ ବିଷ ପାନ ପରେ ମୃତ୍ୟୁ

ପ୍ରେମିକା ଗର୍ଭବତୀ ହେବାରୁ ବିଷ ପିଆଇଦେଲା ପ୍ରେମିକ, ଯୁବତୀଙ୍କ ମୃତ୍ୟୁପରେ ଥାନାରେ ଅଭିଯୋଗ କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ପ୍ରେମିକା ଗର୍ଭବତୀ ହେବାରୁ ବିଷ ପିଆଇଦେଲା ପ୍ରେମିକ, ଥାନାରେ ଅଭିଯୋଗ

author img

By

Published : Jul 22, 2022, 10:38 AM IST

ପୁରୀ: ପ୍ରେମ, ପ୍ରତାରଣା ଓ ତା’ପରେ ହତ୍ୟା ଉଦ୍ୟମ । ଗର୍ଭବତୀ ହେବାରୁ ପ୍ରେମିକା ବିଷ ପିଆଇ ଦେଲା ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଡେଲାଙ୍ଗ ଅଞ୍ଚଳରେ । ଚିକିତ୍ସାଧିନ ଅବସ୍ଥାର ଯୁବତୀଙ୍କ ମୃତ୍ୟୁ ପରେ ପ୍ରେମିକ ବିରୋଧରେ ଥାନାରେ ଅଭିଯୋଗ କଲେ ଯୁବତୀଙ୍କ ପରିବାର ଲୋକେ । ଅଭିଯୋଗକୁ ଡେଲାଙ୍ଗ ଥାନା ଅଧିକାରୀ ଏନେଇ ଏକ ମାମଲା ରୁଜୁ ପ୍ରେମିକକୁ ଅଟକ ରଖି ପଚରଉଚରା କରୁଛନ୍ତି ।

ପ୍ରେମିକା ଗର୍ଭବତୀ ହେବାରୁ ବିଷ ପିଆଇଦେଲା ପ୍ରେମିକ, ଥାନାରେ ଅଭିଯୋଗ

ସୂଚନା ଅନୁଯାୟୀ, ଡେଲାଙ୍ଗର ଅରିଶଲ ପଞ୍ଚାୟତ ବଙ୍କିଲେ ଗ୍ରାମର ସ୍ନେହଲତା ସ୍ଵାଇଁ ଗତ ୧୨ ତାରିଖ ଦିନ ସ୍ଥାନୀୟ ଅଳଉତାଗ୍ରାମର ନୀଳକଣ୍ଠେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିଲେ । ଏହି ସମୟରେ ପୁରୁଣାଡେଲାଙ୍ଗ ଗ୍ରାମର ପ୍ରେମିକ ବିଶ୍ୱମ୍ବର ମହାପାତ୍ର ଜୋରଜବରଦସ୍ତ ଉକ୍ତ ଯୁବତୀଙ୍କୁ ବିଷ ପିଆଇ ଦେଇଥିବା ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଯୁବତୀଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେଠାରୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସ୍ନେହଲତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ତେବେ ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଗିରଫ ହୋଇ ପାରିନାହିଁ । ଫଳରେ ପୋଲିସ ପାରିବା ପଣିଆକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପ୍ରେମିକ ବିଶ୍ବମ୍ବର ମହାପାତ୍ର ବିଷ ପିଆଇ ଦେଇଥିବା ମୃତ୍ୟୁ ପୂର୍ବରୁ କହିଥିଲେ ଯୁବତୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.