ETV Bharat / city

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି - ପୁରୀରେ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏନେଇ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

author img

By

Published : Apr 20, 2022, 10:35 PM IST

ପୁରୀ : ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ମହାପ୍ରସାଦ, ଶ୍ରୀଫଳ, ଦୀପ ଓ ଧୂପ ଦେଇ ପାରମ୍ପରିକ ବିଧି ଅନୁସାରେ ଚନ୍ଦନ ଯାତ୍ରା ନେଇ କନା କାର୍ଯ୍ୟର ଅନୁକୂଳ କରାଯାଇଛି ।

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି

ପାରମ୍ପରିକ କପଡାରେ ଚନ୍ଦନ ଯାତ୍ରାରେ ଠାକୁରଙ୍କ ପାଇଁଁ ୧୭ଟି ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି, ୨ଟି ପାଲିଙ୍କିଚାଳି ସହ ଗୋଟିଏ ଲେଖାଏଁ ତରାସ, ସୁନା ବିଞ୍ଛଣା, ଖଣ୍ଡା, ଛୁରୀ ଓ ତିନୋଟି ରୂପା ଆଲଟ ତିଆରି କରିବେ ଦର୍ଜୀ ସେବକ । ଏଥିସହ ଚାନ୍ଦୁଆ, ପତାକା, ଧଳା ଚାପ ମଣ୍ଡଳୀ ଓ ନାଲି ଚାପ ମଣ୍ଡଳୀ ମଧ୍ୟ ତିଆରି କରାଯିବ। ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅକ୍ଷୟ ତୃତୀୟା ପୂର୍ବ ଦିନ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଦର୍ଜୀ ସର୍ଦ୍ଦାର।

ସେହିପରି ଆସନ୍ତା ମେ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ରଥ ଖଳାରେ ଚାଳି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ରଥକାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷ ୮୦ ଖଣ୍ଡ କାଠ ବଳକା ରହିଛି। ବର୍ତ୍ତମାନ ସୁଦ୍ଧା ମୋଟ ୧୧୪ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚି ସାରିଛି । ବାକି ୬୭୧ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ପୁରୀରେ ଆସି ପହଞ୍ଚିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି ।

ତେବେ ଚଳିତ ଥର ଚନ୍ଦନ ଯାତ୍ରାରେ ଭକ୍ତଙ୍କ ଗହଣରେ ନୌକା ବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ଏଥିପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ । ଅତି ସୁନ୍ଦର ଭାବେ ନରେନ୍ଦ୍ର ପୁଷ୍କରିଣୀକୁ ସଜାଯିବା ସହ ରଙ୍ଗ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି । ନନ୍ଦା ଓ ଭଦ୍ରା ଦୁଇ ଡଙ୍ଗା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହିତ ବଜୟନ୍ତ୍ରୀ ଡଙ୍ଗାକୁ ଶୁଖାଯାଇ ଆବଶ୍ୟକୀୟ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପବିତ୍ର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଅବସରରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

କରୋନା ମହାମାରୀ ଯୋଗୁ ଗତ ଦୁଇବର୍ଷ ଧରି ବିନା ଭକ୍ତରେ ମହାପ୍ରଭୁଙ୍କ ସମସ୍ତ ଯାନି ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଭକ୍ତ ମାନେ ନିରାଶ ହୋଇଥିଲେ । କିନ୍ତୁ ଚଳିତ ଥର ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଚାପ ଖେଳ ଅନୁଷ୍ଠିତ ହେବାକୁ ଥିବାରୁ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.