ETV Bharat / city

ନୂଆ ରୂପ ପାଇବ ସ୍ବର୍ଗଦ୍ବାର, ଖୁବ ଶୀଘ୍ର ସରିପାରେ ବିକାଶ କାର୍ଯ୍ୟ - ସ୍ବର୍ଗଦ୍ବାର ବିକାଶ

ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାରର ଉନ୍ନତି ଓ ସଂପ୍ରସାରଣ ପାଇଁ ୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଥିଲେ । ଏହା ପରେ ସ୍ବର୍ଗଦ୍ବାରା ପାଖରୁ ଉଚ୍ଛେଦ କାମ ଆରମ୍ଭ ହେବା ସହିତ ଜୋରସୋରରେ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଛି । ଓବିସିସି ଓ ଫୋନିକ୍ସ ଫାଉଣ୍ତେସନ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଆଗେଇ ନିଆଯାଉଛି । ଅଧିକ ପଢନ୍ତୁ...

3 ମାସ ମଧ୍ୟରେ ସରିବ ସ୍ବର୍ଗଦ୍ବାରା ବିକାଶ କାର୍ଯ୍ୟ

author img

By

Published : Sep 12, 2020, 7:12 AM IST

Updated : Sep 12, 2020, 10:16 AM IST

ପୁରୀ: ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସ ସହ ଜଡିତ ପବିତ୍ର ସ୍ୱର୍ଗଦ୍ୱାରର ଉନ୍ନତିକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଓବିସିସି ଓ ଫୋନିକ୍ସ ଫାଉଣ୍ତେସନ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଆଗେଇ ଚାଲିଛି। ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାରର ଉନ୍ନତି ଓ ସଂପ୍ରସାରଣ ପାଇଁ ୫ କୋଟି ଟଙ୍କାର ଅନୁଦାନ ଯୋଗାଇଥିଲେ। ତେବେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ ଶେଷ ହେବାକୁ ଆଉ ମାତ୍ର 2ରୁ 3 ମାସ ଲାଗିବ। ଅନ୍ୟପଟେ ସ୍ୱର୍ଗଦ୍ୱାରର ବିକାଶ କାର୍ଯ୍ୟ ଲୋକ ମାନେ ପ୍ରଶଂସା କରିଛନ୍ତି।

ନୂଆ ରୂପ ପାଇବ ସ୍ବର୍ଗଦ୍ବାର, ଖୁବ ଶୀଘ୍ର ସରିପାରେ ବିକାଶ କାର୍ଯ୍ୟ

ପୁରୀର ବହୁ ପ୍ରତିକ୍ଷିତ ସ୍ୱର୍ଗଦ୍ୱାରର ଉନ୍ନତି, ବିକାଶ ଓ ସଂପ୍ରସାରଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି। ପାନୀୟ ଜଳ ବ୍ୟବସ୍ଥା , ଶବ ଦାହ ପିଣ୍ଡି , ଲୋକ ମାନେ ବିଶ୍ରାମ ନେବା ପାଇଁ ସେଡ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ସେହିପରି ଲୋକଙ୍କ ସୁରକ୍ଷା ପାଇଁ cctv ଲଗାଇବା କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ। ତେବେ ସ୍ଵର୍ଗଦ୍ୱାର ଅଳ୍ପ ଜାଗା ଥିବାରୁ ବିକାଶ ମୂଳକ କାର୍ଯ୍ୟ ବେଳେ ଯେଭଳି ଅନ୍ତିମ ସଂସ୍କାର କାର୍ଯ୍ୟରେ ବାଧା ନ ଉପୁଜେ ସେ ନେଇ ଧ୍ୟାନ ଦିଆଯାଇ ପର୍ଯ୍ୟାୟ କ୍ରମେ କାର୍ଯ୍ୟ କରାଯାଉଛି। ଆଉ 2ରୁ 3 ମାସ ମଧ୍ୟରେ ସ୍ୱର୍ଗଦ୍ୱାରର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯିବ।

ଯେଉଁ ଲୋକ ମାନେ ନିଜ ପ୍ରିୟଜନ ଅନ୍ତିମ ସଂସ୍କାର ପାଇଁ ଆସିବେ ସେମାନଙ୍କ ବିଶ୍ରାମ ନେବା ପାଇଁ ଭଲ ରୁମ, ପାନୀୟ ଜଳ, ସ୍ନାନାଗାର, ଶବଦାହ ପିଣ୍ଡି ଓ ସୁରକ୍ଷା ପାଇଁ cctv ବ୍ୟବସ୍ଥା ରହିଛି ଏହି ବିକାଶ କାର୍ଯ୍ୟ। ତେଲେଙ୍ଗାନାର ମହାପ୍ରସ୍ଥାନମର ଢାଞ୍ଚାରେ ସ୍ୱର୍ଗ ଦ୍ୱାରର ଉନ୍ନତିକରଣ କରାଯାଉଛି। ସ୍ୱର୍ଗଦ୍ୱାରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିବା ପରେ ପ୍ରଥମେ ଆରମ୍ଭ ହୋଇଥିଲା ଉଚ୍ଛେଦ କାର୍ଯ୍ୟ। ସ୍ୱର୍ଗଦ୍ୱାରରୁ ଅଧା ଅଞ୍ଚଳକୁ ଶବ ସତ୍କାର ପାଇଁ ସଂରକ୍ଷଣ ରଖାଯାଇ ଅନ୍ୟ ଅଧା ଅଞ୍ଚଳରେ ଥିବା ଟିକେଟ ଘର, ପଥଶ୍ରାଦ୍ଧ ଗୃହ, ଯାତ୍ରୀ ପ୍ରତୀକ୍ଷାଳୟ ଉଚ୍ଛେଦ କରାଯାଇ ଟିଣ ଚାଦର ଘେରାଯାଇ ରଖାଯାଇଥିଲା। ଆନ୍ଧ୍ରପ୍ରଦେଶର ମହାପ୍ରସ୍ଥାନମ୍ ଢ଼ାଞ୍ଚାରେ ସ୍ୱର୍ଗଦ୍ୱାରର ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ହୋଇଥିବା ଡ଼ିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସ୍ୱର୍ଗଦ୍ୱାରର ମୁଖ୍ୟ ରାସ୍ତା ସହ ଡାହାଣ ପାର୍ଶ୍ୱରେ ଉଚ୍ଛେଦ ହୋଇଥିବା ଖାଲି ସ୍ଥାନରେ ସମାନ୍ତରଳ କରି ଏହି କାର୍ଯ୍ୟ କରାଯିବ।

ଫୋନିକ୍ସ ଫାଉଣ୍ତେସନ ଏବଂ ଓଡ଼ିଶା ସେତୁ ନିର୍ମାଣ ନିଗମ( ଓବିସିସି )ର ମିଳିତ ସହଯୋଗରେ ସ୍ୱର୍ଗଦ୍ୱାରର ଶ୍ମଶାନ ଘାଟ ସୌନ୍ଦର୍ଯ୍ୟରଣ ପ୍ରକଳ୍ପର ପ୍ରଥମ କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୪ ଯୋଡ଼ା ମୃତଦେହ ସତ୍କାର ପାଇଁ ବ୍ୟବସ୍ଥା କରାଯାଉଛି। ୬ ମାସ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରେ ଅତ୍ୟାଧୁନିକ ଶ୍ମଶାନ ନିର୍ମାଣ କରିଥିବା ଏହି ଘରୋଇ ସଂସ୍ଥାକୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦେଇଛନ୍ତି ରାଜ୍ୟ ସରକାର।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 12, 2020, 10:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.