ETV Bharat / city

ଜଗା ଚୁଲି ଭାଙ୍ଗିବା ଘଟଣା: CCTVରୁ ସୁରାକ୍ ମିଳିଛି କହିଲେ ମୁଖ୍ୟ ଶାସନ ସଚିବ - odisha chief secretary visits puri

ଶ୍ରୀମନ୍ଦିରରେ ମୁଖ୍ୟଶାସନ ସଚିବ ଓ ଡିଜିପି । ରୋଷଘର ଚୁଲି ଭାଙ୍ଗିବା ଘଟଣାର ସମୀକ୍ଷା କରିଛନ୍ତି । ସୁଆର ମହାସୁଆର ନିଯୋଗ ଓ ମହାସୁଆର ନିଯୋଗ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ଜଗା ଚୁଲି ଭାଙ୍ଗିବା ଘଟଣା:CCTVରୁ ସୁରାକ୍ ମିଳିଛି କହିଲେ ମୁଖ୍ୟ ଶାସନ ସଚିବ

author img

By

Published : Apr 4, 2022, 6:39 PM IST

Updated : Apr 4, 2022, 7:38 PM IST

ପୁରୀ: ଶ୍ରୀମନ୍ଦିର ରୋଷ ଘରେ ଚୁଲା ଭଙ୍ଗାରୁଜା ଘଟଣାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପୋଲିସ ଡିଜି ସୁନିଲ ବଂଶଲ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀମନ୍ଦିର ଆସି ଘଟଣାର ସବିଶେଷ ଅନୁଧ୍ୟାନ କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ ପୋଲିସ ସିସିଟିଭିରୁ କିଛି ତଥ୍ୟ ସଂଗ୍ରହ କରିଛି ।

ଜଗା ଚୁଲି ଭାଙ୍ଗିବା ଘଟଣା:CCTVରୁ ସୁରାକ୍ ମିଳିଛି କହିଲେ ମୁଖ୍ୟ ଶାସନ ସଚିବ

ସେହିପରି ରାତିରେ ଡ୍ୟୁଟିରେ ଥିବା ଜେଟିପିଙ୍କୁ ମଧ୍ୟ ଜେରା କରାଯାଇଛି । ଉଭୟ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି । ଏହାପଛରେ ଥିବା ଵ୍ୟକ୍ତିଙ୍କୁ ଧରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିପରି ଏଣିକି ରାତିରେ ଶ୍ରୀମନ୍ଦିର ଭିତରେ ଜେଟିପିଙ୍କ ସହ ଓଡିଶା ପୋଲିସ ମଧ୍ୟ ଡ୍ୟୁଟିରେ ରହିବେ । ରାତିରେ ଦ୍ୱାର ବନ୍ଦ ପରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ଖାଲି କରାଯିବ । ଯେଉଁ ସ୍ଥାନରେ ସିସିଟିଭି ନାହିଁ ସେଠାରେ ସିସିଟିଭି ଲାଗିବ ।

ସେପଟେ ପୋଲିସ ଡିଜି ସୁନିଲ ବଂଶଲ କହିଛନ୍ତି, ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଆହୁରି ଅଧିକ ସିସିଟିଭି ଲାଗିବ । ତେବେ ରୋଷ ଘରେ ଚୁଲା ଭଙ୍ଗା ଘଟଣାରେ ପୋଲିସ ତଦନ୍ତ କରୁଛି । ଖୁବଶୀଘ୍ର ଏହା ପଛର କାରଣ ଓ କିଏ ଅଛି ପୋଲିସ ତାକୁ ଠାବ କରିବ । ଶ୍ରୀମନ୍ଦିର ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 4, 2022, 7:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.