ପୁରୀ: ପୁଣି ରଥ ନର୍ମାଣରେ ଥିବା 2 ସେବାୟତ କୋରୋନା ପଜିଟିଭ । ମୋଟ 20 ସେବାୟତ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରଥ ନିର୍ମାଣରେ ନିୟୋଜିତ ଥିବା ସେବକଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ପୁଣି ୨ ଜଣ ରଥ ନିର୍ମାଣ ସେବକ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ମହାରଣା ସେବକ ଓ ଜଣେ ଭୋଇ ସେବକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆଜି ସୁଦ୍ଧା ପଜିଟିଭ ଚିହ୍ନଟ ହେଲେଣି ୨୦ ଜଣ ରଥ ନିର୍ମାଣ ସେବକ । ଆକ୍ରାନ୍ତ ମାନେ ନୀଳାଚଳ ଭକ୍ତ ନିବାସ କୋଭିଡ୍ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି।
ସୂଚନାଥାଉକି ଅକ୍ଷୟ ତୃତୀୟା ପରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ ପାଇଁ ସ୍ବତନ୍ତ୍ର ବାୟୋବବଲ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଗତକାଲି 18 ଜଣ ସେବାୟତ କୋରୋନା ପଜିଟିଭି ଚିହ୍ନଟ ହୋଇଥିଲେ । ଏହା ପରେ ପୁରୀ ଜିଲ୍ଲାପାଳ ରଥଖଳାକୁ ଯାଇ ସ୍ଥିତିକୁ ଯାଞ୍ଚ କରିଥିଲେ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର,ଇଟିଭି ଭାରତ