ପୁରୀ: ତାମିଲନାଡୁରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତିରକ୍ଷା ପ୍ରମୁଖ (CDS) ବିପିନ ରାୱତ ଓ ଅନ୍ୟ ପ୍ରତିରକ୍ଷା ପଦାଧିକାରୀଙ୍କୁ ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଚାଳଚେରର ଯୁବକ ଚିନ୍ମୟ ଦାସ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡିଆ ଯବାନ ତଥା ତାଳଚେରର କୃଷ୍ଣଚନ୍ଦ୍ରପୁରରୁ ରାଣା ପ୍ରତାପ ଦାସଙ୍କର ଚିତାଭସ୍ମ ନେଇ ତାଳଚେରରୁ ପଦଯାତ୍ରା କରି ଚିନ୍ମୟ ଦାସ ଆଜି ପୁରୀରେ ପହଞ୍ଚିଛନ୍ତି ।
ମୃତକ ବୀର ଯବାନଙ୍କ ଅମରଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଜଗନ୍ନାଥଙ୍କ ନିକଟରେ ତାଙ୍କ ପରିବାରର ମଙ୍ଗଳ କମନା କରିଛନ୍ତି । ଜେନେରାଲ ବିପିନ ରାୱତ ଓ ରାଣା ପ୍ରତାପଙ୍କ ପୁରୀକୁ ଆସିବା ପାଇଁ ଶେଷ ଇଛା ଥିଲା, ତେଣୁ ତାଙ୍କ ଇଛା ପୂର୍ଣ୍ଣ ପାଇଁ ସେ ଚିତାଭସ୍ମ ଧରି ପୁରୀ ଆସିଥିବା କହିଛନ୍ତି ଚିନ୍ମୟ । ଚିନ୍ମୟ ରାଣାପ୍ରତାପ ଚିତାଭସ୍ମକୁ ସ୍ୱର୍ଗଦ୍ୱାର ସମ୍ମୁଖ ମହୋଦଧିରେ ବିସର୍ଜନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭିି ଭାରତ