ETV Bharat / city

ପୁରୀ ବେଳାଭୂମିରେ ଅଘଟଣ, ସମୁଦ୍ରରେ ବୁଡି ପର୍ଯ୍ୟଟକ ନିଖୋଜ

ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ । ପୁରୀ ସ୍ବର୍ଗଦ୍ବାର ନିକଟ ବେଳାଭୂମିରେ ଗାଧୋଇଥିବାବେଳେ ନିଖୋଜ ହୋଇଛନ୍ତି ପର୍ଯ୍ୟଟକ । ଅଧିକ ପଢନ୍ତୁ

ପୁରୀ ବେଳାଭୂମିରେ ଅଘଟଣ
ପୁରୀ ବେଳାଭୂମିରେ ଅଘଟଣ
author img

By

Published : Jun 12, 2022, 1:53 PM IST

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପର୍ଯ୍ୟଟକ ନିଖୋଜ । ପୁରୀ ସ୍ବର୍ଗଦ୍ବାର ନିକଟ ବେଳାଭୂମିରେ ଗାଧୋଇଥିବାବେଳେ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି । ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଟିମ ପକ୍ଷକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ପର୍ଯ୍ୟଟକଙ୍କ ନାଁ ହେଉଛି ଉଜଳା ଦାସ ।

ପୁରୀ ବେଳାଭୂମିରେ ଅଘଟଣ, ସମୁଦ୍ରରେ ବୁଡି ପର୍ଯ୍ୟଟକ ନିଖୋଜ

ପୁରୀ ବେଳାଭୂମିରେ ଥିବା ହୋଟେଲ କାମେଲିଆ ନିକଟ ବେଳାଭୂମିରେ ଏହି ଅଘଟଣ ଘଟିଛି । ନିଖୋଜ ପର୍ଯ୍ୟଟକ ଜଣଙ୍କ ପଶ୍ଚିମବଙ୍ଗ ଉତ୍ତର 24 ପ୍ରଗଣାର ଦୁର୍ଗା ନଗରର ବାସିନ୍ଦା ବୋଲି ଜଣାପଡିଛି । ଆଜି (ରବିବାର) ସକାଳେ ସମୁଦ୍ରରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି । ନିଖୋଜ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡମାନେ ଖୋଜାଖୋଜି ଜାରି ରଖିଛନ୍ତି ।

ପୁରୀ ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ଅନେକ ପର୍ଯ୍ୟଟକଙ୍କର ଅକାଳରେ ଜୀବନ ଯାଉଛି । ବେଳାଭୂମିରେ ପୂର୍ବରୁ ଅନେକ ଥର ଏପରି ଏଘଟଣ ଘଟିଛି । ଗାଧୋଇବାବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା ସତ୍ତ୍ୱେ କିଛି ପର୍ଯ୍ୟଟକ ଏହା ମାନୁ ନ ଥିବା ନଜିର ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.