ପୁରୀ: ସମୁଦ୍ରରେ ଗୋଧୋଇବା ବେଳେ ଅଘଟଣ । ଗଭୀର ସମୁଦ୍ରରେ ଭାସି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସମୁଦ୍ର କୂଳ ସେକ୍ଟର ୧ନଂରେ ମିନାକ୍ଷୀ ତାଙ୍କର ସାଙ୍ଗଙ୍କ ସହ ଗାଧୋଉଥିବା ବେଳେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବହୁତ ଖୋଜାଖୋଜି କରିଥିଲେ । ଏହାପରେ ବ୍ଲୁଫ୍ଲାଗ୍ ସମୁଦ୍ରରୁ ତାଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ମିନାକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଇଟିଭି ଭାରତ, ପୁରୀ