ପୁରୀ: ଆଜି ମହାପ୍ରଭୁଙ୍କ ରାଜ ପ୍ରସାଦ ବିଜେ ନୀତି । ଚତୁର୍ଦ୍ଧାମୂର୍ତ୍ତୀଙ୍କ ଅନବସରର ସମୟେ ଆଜିର ଦିନଟି ହେଉଛି ପ୍ରଖ୍ୟାତ ଦିନ । ଦ୍ବାଦଶୀ ତିଥିରେ ଶ୍ରୀମନ୍ଦିର ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜ ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ଗଜପତିଙ୍କୁ ଶ୍ରୀ ନହରରେ ଶ୍ରୀ ଅଙ୍ଗ ଲାଗି ପ୍ରସାଦ ବିଜେ କରାଇବେ ଦଇତାପତି ସେବାୟତ ।
ଅଣସର ସେବାର ଅନ୍ୟତନ ପ୍ରମୁଖ ନୀତି 'ରାଜପ୍ରସାଦ ବିଜେ' । ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ସେ ଦଇତାପତି ଓ ସେବାୟତଙ୍କ ମାଧ୍ୟମରେ ଗଜପତିଙ୍କୁ ଖବର ପଠାଯାଇଥାଏ । ଦଇତାପତି, ସେବକ, ଦେଉଳକରଣ ପ୍ରମୁଖ ଏକ ବିରାଟ ଶୋଭାଯାତ୍ରାରେ ରାଜପ୍ରସାଦ ନେଇ ଶ୍ରୀନଅରକୁ ଯିବେ । ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଛନ୍ତି ।
ଆଜି ସକାଳ 8ଟା ପରେ ମହାପ୍ରଭୁଙ୍କ ଗୁପ୍ତନୀତି ସରିବା ପରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ଦଇତାପତି ସେବକମାନେ ଏକ ରୂପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରସାଦକୁ ଶ୍ରୀନଅରକୁ ନେଇଥାନ୍ତି ।
ସ୍ନାନ ପୂର୍ଣ୍ଣିମାରେ 108 ଗରା ଜଳରେ ସ୍ନାନ ପରେ ଜ୍ବରରେ ପୀଡିତ ଥିଲେ ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବୈଦ୍ୟଙ୍କ ଦ୍ବାରା ପ୍ରଦତ୍ତ ଦଶମୂଳ ଔଷଧ ଲାଗି ପରେ ମହାପ୍ରଭୁ ଜ୍ବରରୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକା ବିଜେ କରିବା ପରେ ଏକାଦଶୀରେ ଖଳି ଲାଗି ହୋଇଥିଲା । ତେବେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ଗଜପତି ମହାରାଜା ଜାଣିବା ପରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ନେଇ ପ୍ରସ୍ତୁତି ହୋଇଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ