ETV Bharat / city

ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବୀଜେ ନୀତି

author img

By

Published : Jun 24, 2020, 9:37 AM IST

Updated : Jun 24, 2020, 10:12 AM IST

ଆଜି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟା ଧୂପ ପରେ ଆଡପ ମଣ୍ଡପ ବୀଜେ ନୀତି । ଅଧିକ ପଢନ୍ତୁ...

ଆଜି ଆଡପ ମଣ୍ଡପ ବିଜେ କରିବେ ମାହପ୍ରଭୁ
ଆଜି ଆଡପ ମଣ୍ଡପ ବିଜେ କରିବେ ମାହପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ମଙ୍ଗଳବାର ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ତେବେ ଆଜି ସନ୍ଧ୍ୟା ଧୂପ ପରେ ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାର ସନ୍ଧ୍ୟା 5.30 ସୁଦ୍ଧା ଶରଧାବାଲିରେ ତିନି ରଥ ପହଞ୍ଚିଥିଲା । ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ବାଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା ।

ଘଣ୍ଟଘଣ୍ଟା, ହୁଳହୁଳି ଓ ହରିବୋଲ ଶବ୍ଦରେ ସେବାୟତମାନେ ତିନି ରଥକୁ ଟାଣିଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚାଇଥିଲେ ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କୋଭିଡର ସମସ୍ତ ନିୟମ ପାଳନ ସହ ଶ୍ରୀଗୁ୍ଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିଲା। ସମସ୍ତ ନୀତିକାନ୍ତ ଠିକ ସମୟରେ ଅନୁଷ୍ଠିତ ହୋଇଥିବାବେଳେ କଟକଣା ମଧ୍ୟରେ ରଥଟଣା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2020, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.