ETV Bharat / city

ଶ୍ରୀମନ୍ଦିର ଭିତର 3 ଦ୍ବାରରେ ଲାଗିବ ରୂପା କବାଟ - ରୂପା କବାଟ

ଶ୍ରୀମନ୍ଦିର ଭିତର ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର କବାଟରେ ରୁପା ଲାଗିବ। । ଏହି ସବୁ ଦ୍ୱାର ବର୍ମା ଟିକ୍ କାଠରେ ତିଆରି କରାଯିବ । କବାଟ ଉପରେ ୧୪ରୁ ୧୮ ଗଜ ମୋଟେଇ ରୂପାର ଚାଦର ଆଚ୍ଛାଦିତ କରାଯିବ ।

ଶ୍ରୀମନ୍ଦିର ଭିତର 3 ଦ୍ବାରରେ ଲାଗିବ ରୂପା କବାଟ

author img

By

Published : Aug 27, 2020, 9:00 PM IST

ପୁରୀ: ଶ୍ରୀମନ୍ଦିରରେ ଭିତରେ ଥିବା 3ଟି ଦ୍ୱାରର କବାଟ ରୂପା ଚାଦରରେ ନୂଆ କବାଟ ତିଆରି ହେବ। । ରୂପାରେ ଝଲସିବ ବଡ ଦେଉଳର ଦ୍ୱାର । ଶ୍ରୀମନ୍ଦିର ଭିତର ଜୟ ବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ୱାର କବାଟରେ ରୁପା ଲାଗିବ। । ଏହି ସବୁ ଦ୍ୱାର ବର୍ମା ଟିକ୍ କାଠରେ ତିଆରି କରାଯିବ । କବାଟ ଉପରେ ୧୪ରୁ ୧୮ ଗଜ ମୋଟେଇ ରୂପାର ଚାଦର ଆଚ୍ଛାଦିତ କରାଯିବ ।

ଶ୍ରୀମନ୍ଦିର ଭିତର 3 ଦ୍ବାରରେ ଲାଗିବ ରୂପା କବାଟ
ରାଜସ୍ଥାନର କାରିଗରମାନେ ଏହାର ଡିଜାଇନ୍ କରିବେ । ଏହି ରୂପାକୁ ମହାପ୍ରଭୁଙ୍କର ଜଣେ ଭକ୍ତ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି । ତେବେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କଳାହାଟ ଦ୍ୱାର, ଜଗମୋହନ ସଂଲଗ୍ନ ଜୟ ବିଜୟ ଦ୍ୱାର ଓ ମୁକ୍ତି ମଣ୍ଡପ ସମ୍ମୁଖ ବେହରଣ ଦ୍ୱାରର ମରାମତି କାମ କରାଯିବ । ଏହି କାମ ଖୁବଶୀଘ୍ର ଆରମ୍ଭ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିରର ଚାରି ଦ୍ୱାର କବାଟ ରେ ମଧ୍ୟ ରୁପା ଲଗାଇବା ପାଇଁ ଅନେକ ଭକ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଯୋଗ କରଛନ୍ତି । ଯଦି ଭକ୍ତ ମାନେ ଦାନ କରିବେ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିର ଚାରି ଦ୍ୱାର କବାଟରେ ମଧ୍ୟ ରୁପା ଲଗାଇବା ପାଇଁ ବ୍ୟବସ୍ଥା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.