ETV Bharat / city

‘ଏମାର ମଠ ମାଟି ତଳେ ସୁଡଙ୍ଗ ନାହିଁ’ - ଏମାର ମଠ ସୁଡଙ୍ଗ

ଏମାର ମଠ ମାଟି ତଳେ ସୁଡଙ୍ଗ ନାହିଁ । ସୁଡଙ୍ଗ ଥିବା ଖବର ଗୁଜବ । ଆଜି ଏପରି ସ୍ପଷ୍ଟୀକରଣ ଦେଇଛି ପ୍ରଶାସନ ।

ଡିଜାଇନ ଫଟୋ
author img

By

Published : Aug 29, 2019, 8:26 PM IST

ପୁରୀ: ଏମାର ମଠ ମାଟି ତଳେ ସୁଡଙ୍ଗ ନାହିଁ । ସୁଡଙ୍ଗ ଥିବା ଖବର ଗୁଜବ । ଆଜି ଏପରି ସ୍ପଷ୍ଟୀକରଣ ଦେଇଛି ପ୍ରଶାସନ । ମଠ ଉଚ୍ଛେଦ ବେଳେ ଦେଖାଦେଇଥିବା ଦ୍ବାର ଖାଦ୍ୟ ଶସ୍ୟ ରଖିବା ପାଇଁ ହୋଇଥିବା ଖମାର ଘରର ବୋଲି ଜିଲ୍ଲା ପ୍ରଶାସନ କହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏମାର ମଠ ଉଚ୍ଛେଦ ବେଳେ ମାଟିତଳେ ଏକ ଦ୍ବାରର ଦୃଶ୍ୟମାନ ହୋଇଥିଲା ଯାହାକୁ ନେଇ ମାଟିତଳେ ସୁଡଙ୍ଗ ଥିବା ଚର୍ଚ୍ଚା ଜୋର ଧରିଥିଲା । ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପରେ ଆଜି ପ୍ରଶାସନ ଏହାକୁ ଯାଞ୍ଚ କରିଥିଲା । ତେବେ ଏହା କୌଣସି ସୁଡଙ୍ଗ ନୁହେଁ ବଂର ଖମାର ଘରର ଦ୍ବାର ଥିଲା ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ କହିଛନ୍ତି ।

ସେହିପରି ଅନ୍ୟ ଏକ ଜାଗାରେ ମଧ୍ୟ ଏକ ଭୂତଳ କୋଠରୀ ଦେଖିବାକୁ ମିଳିଥିଲା । ତେବେ ଏହା କୌଣସି ସୁଡଙ୍ଗ ନୁହେଁ । ମଠର ବିଭିନ୍ନ କୋଠରୀ ଓ ଖମାର ଘର ବୋଲି ଜିଲ୍ଲା ପ୍ରଶାସନ କହିଛି । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହା ଧାନ ରଖିବା ପାଇଁ ଖମାର ଥିଲା ବୋଲି କହିଛନ୍ତି ।

ସେପଟେ ଆଜି(ଗୁରୁବାର) ଏମାର ମଠର ପ୍ରଥମ ଦିନର ଉଛେଦ ପ୍ରକ୍ରିୟା ଶେଷ ହୋଇଛି । ସକାଳ 8 ଟାରୁ ଉଛେଦ ଆରମ୍ଭ ହୋଇଥିଲା । ପ୍ରଥମେ ଏମାର ମଠର ପରିତ୍ୟକ୍ତ ଘର ଗୁଡିକୁ ଭଙ୍ଗାଯାଇଥିଲା । ପରେ ଶ୍ରୀମନ୍ଦିର ସମ୍ମୁଖରେ ଏମାର ମଠର ଦ୍ଵି ତଳ ପ୍ରାସାଦର ପଛପଟୁ ଭଙ୍ଗାଯାଇଥିଲା । ଆସନ୍ତାକାଲି ମଧ୍ୟ ଏମାର ମଠ ଉଛେଦ ଅଭିଯାନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଏମାର ମଠ ର ଆଜି ଉଛେଦ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଏହି ଉଛେଦ କାର୍ଯ୍ୟ ସାରିଥିବା ବେଳେ ଆସନ୍ତାକାଲି ଠାରୁ ଏମାର ମଠ ଅନ୍ୟ ଘର ଭଙ୍ଗାଯିବ

Body:ଆଜି ଏମାର ମଠ ର ଉଛେଦ ଆରମ୍ଭ ହୋଇଛି। ତେବେ ଏମାର ମଠ ଉଛେଦ ବେଳେ ମାଟି ତଳେ ଥିବା ଏକ ଦ୍ୱାର ଦୃଶ୍ୟ ମାନ ହୋଇ ଥିଲା। ଯାହା ଫଳରେ କି ମାଟି ତଳେ ସୁଡଙ୍ଗ ଥିବା ଚର୍ଚ୍ଚା ଜୋର ଧରିଥିଲା। ବିଭିନ୍ନ ଗଣ ମାଧ୍ୟମ ଏହି ଖବର ପ୍ରକାଶନ ପରେ ପ୍ରଶାସନ ଆଜି ଯାଂ ଜ କରିଥିଲା। ତେବେ ଏହା କୌଣସି ଗୁମ୍ଫା ନୁହେଁ ବରଂ ଏହାର ପୂର୍ବରୁ ଖାଦ୍ୟ ଶସ୍ୟ ରଖିବା ନେଇ ଖମାର ଘର ଥିବା ପୁରୀ ଅତିରିକ୍ତ ଜିଲାପାଳ ଵିନୟ କୁମାର ଦାସ କହିଛନ୍ତି। କାଳ କ୍ରମେ ଏହାର ଦ୍ୱାର ମାଟି ତଳେ ରହି ଯାଇ ଥିଲା। ସେହିପରି ଅନ୍ୟ ଏକ ଜାଗାରେ ମଧ୍ୟ ଏକ ଭୂତଳ କୋଠରୀ ଦେଖିବାକୁ ମିଳିଥିଲା। ତେବେ ଏହା କୌଣସି ସୁଡଙ୍ଗ ନୁହେଁ। ପୂର୍ବରୁ ମଠର ବିଭିନ୍ନ କୋଠିରି , ଖମାର ଘର ଏଗୁଡିକ ବ୍ୟବହାର ହୋଇ ଥିବା ଜିଲା ପ୍ରଶାସନ କହିଛି। ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ମଧ୍ୟ କୁହନ୍ତି ଏହା ଧାନ ରଖିବା ପାଇଁ ଖମାର ଥିଲା। ପୂର୍ବରୁ ସେମାନେ ଦେଖିଛନ୍ତି। କିନ୍ତୁ ମାଟି ତଳେ ଗୁମ୍ଫା ଅଛିକି ନାହିଁ ସେମାନେ ଜାଣି ନ ଥିବା କହିଛନ୍ତି। ଅନ୍ୟପଟେ ଆଜି ଏମାର ମଠର ର ପ୍ରଥମ ଦିନର ଉଛେଦ ପ୍ରକ୍ରିୟା ଶେଷ ହୋଇଛି। ସକାଳ 8 ଟା ଆଜି ଉଛେଦ ଆରମ୍ଭ ହୋଇଥିଲା। ପ୍ରଥମେ ଏମାର ମଠର ପରିତ୍ୟକ୍ତ ଘର ଗୁଡିକୁ ଅତି ସବଢ଼ସହ ଭଙ୍ଗାଯାଇଥିଲା। ପରେ ଶ୍ରୀମନ୍ଦିର ସମୁଖ ରେ ଏମାର ମଠ ର ଦ୍ଵି ତଳ ପ୍ରାସାଦ ର ପଛ ପଟୁ ଭଙ୍ଗାଯାଇଥିଲା। ଆସନ୍ତା କାଲି ମଧ୍ୟ ଏମାର ମଠ ଉଛେଦ ଅଭିଯାନ ଜାରି ରହିବ ବୋଲୀ ଜିଲା ପ୍ରଶାସନ କହିଛି।

ବାଇଟ1,, ଶ୍ୟାମ ସୁନ୍ଦର ମହାପାତ୍ର ,, ସ୍ଥାନୀୟ ବାସିନ୍ଦା
ବାଇଟ2,, ବିନୟ କୁମାର ଦାସ , ଅତିରିକ୍ତ ଜିଲାପାଳ, ପୁରୀ
ବାଇଟ3,, ଭଵ ତରଣ ସାହୁ , ଉପ ଜିଲ୍ଲାପାଳ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର1
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.