ETV Bharat / city

ପୋଡ଼ପିଠା ଖାଇ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

author img

By

Published : Jul 20, 2021, 5:28 PM IST

Updated : Jul 20, 2021, 6:00 PM IST

ଜନ୍ମବେଦୀରୁ ଫେରିବା ବେଳେ ବଳଗଣ୍ଡି ସାହିରେ ମାଉସୀ ମା’ଙ୍କ ମନ୍ଦିର ନିକଟରେ କିଛି ସମୟର ରହି ପୋଡ଼ପିଠା ଖାଇଛନ୍ତି ତିନି ଠାକୁର । ଅଧିକ ପଢ଼ନ୍ତୁ...

Poda Pitha Bhoga has been offered, poda pitha, poda pitha for the deities,  Mausi Maa Temple, badadanda, ପୋଡ଼ପିଠା ଖାଇ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି, ପୋଡ଼ପିଠା ଭୋଗ, ମାଉସୀ ମା ମନ୍ଦିର, ସର୍ପମଣୋହୀ, ପୋଡ଼ପିଠା ପରମ୍ପରା, ମା ଅର୍ଦ୍ଧାସିନି
ପୋଡ଼ପିଠା ଖାଇ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ବାହୁଡ଼ା ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏକାକାର ହୋଇଛି ରଥ ଆଉ ପଥ । ଜନ୍ମବେଦୀରୁ ଫେରିବା ବେଳେ ବଳଗଣ୍ଡି ସାହିରେ ମାଉସୀ ମା’ଙ୍କ ମନ୍ଦିର ନିକଟରେ କିଛି ସମୟର ରହି ପୋଡ଼ପିଠା ଖାଇଛନ୍ତି ତିନି ଠାକୁର ।

ଗୁଣ୍ଡିଚା ମନ୍ଦିରରୁ ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କ ରଥ ବାହାରି ପହଞ୍ଚିଥିଲା ମାଉସୀ ମା ମନ୍ଦିର ନିକଟରେ । ସେଠାରେ ମାଉସୀ ମା ମନ୍ଦିର ପୂଜା ପଣ୍ଡା ମାନେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପୋଡ଼ପିଠା ବଡ଼ ସାଆନ୍ତଙ୍କୁ ସର୍ପମଣୋହୀ କରାଇଥିଲେ । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିବା ପରେ ମା ସୁଭଦ୍ରା ଓ ଚକ୍ରରାଜ ଶ୍ରୀ ସୁଦ୍ରଶନଙ୍କୁ ପୋଡ଼ପିଠା ଭୋଗ ସର୍ପମଣୋହୀ କରାଯାଇଥିଲା ।

ଶେଷରେ ଜନ୍ମବେଦୀ ଛାଡ଼ି ଗଡ଼ି ଆସିଥିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ ଆଉ ମାଉସୀ ମା ମନ୍ଦିର ନିକଟରେ ଅଟକି ରହିଥିଲା । ମହାପ୍ରଭୁଙ୍କୁ ମଧ୍ୟ ମାଉସୀ ମା’ଙ୍କ ହାତି ତିଆରି ପିଠା ଭୋଗ ସର୍ପମଣୋହୀ କରାଯାଇଥିଲା । କୁହାଯାଏ ଯେ ମହାପ୍ରଭୁ ଜଗନ୍ନାଥଙ୍କର ପୋଡ଼ପିଠା ଭାରି ପ୍ରିୟ, ତେଣୁକରି ସାରା ବର୍ଷ ଷାଠିଏ ପଉଟି ଭୋଗ ଖାଉଥିଲେ ମଧ୍ୟ କଳା ଠାକୁର ମନ ମାଉସୀ ମା’ଙ୍କ ହାତ ତିଆରି ସେଇ ପୋଡ଼ ପିଠାରେ ।

ପ୍ରତିବର୍ଷ ପୋଡ଼ପିଠା ଖାଇବାର ଏହି ପରମ୍ପରା କେଉଁ ଆବାହମାନ କାଳରୁ ଚଳି ଆସିଛି । ବାହୁଡ଼ାରେ ନିଜ ପ୍ରିୟ ପୁତୁରା ଝିଆରିଙ୍କୁ ପୋଡ଼ପିଠା ଖୁଆଇ ପୁଣି ଗୋଟିଏ ବର୍ଷ ପୋଡ଼ପିଠା ପରଷିବାକୁ ଅପେକ୍ଷା କରି ରୁହନ୍ତି ମାଉସୀ ମା’ ଅର୍ଦ୍ଧଶୋଷିଣୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 20, 2021, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.