ETV Bharat / city

କୋରୋନାକୁ ରୋକିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅଗ୍ନିଶମ ବିଭାଗ - ପୁରୀ

କୋରୋନା ମହାମାରୀ ରୋକିବାରେ ଆଗଧାଡିର ଯୋଦ୍ଧା ହୋଇଛନ୍ତି ଡାକ୍ତର, ନର୍ସ, ସ୍ବେଚ୍ଛାସେବୀ, ପୋଲିସ , ସଫେଇ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ । ତନ୍ମଧ୍ୟରୁ ମହାମାରୀକୁ ପ୍ରତିହତ କରିବାକୁ ପ୍ରମୂଖ ଭୂମିକା ନେଇଛନ୍ତି ଅଗ୍ନିଶମ କର୍ମଚାରୀ । ଅଧିକ ଖବର ପଢନ୍ତୁ...

କୋରୋନାକୁ ରୋକିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅଗ୍ନିଶମ ବିଭାଗ

author img

By

Published : Aug 24, 2020, 6:14 PM IST

ପୁରୀ: କୋରୋନା ମହାମାରୀ ରୋକିବାରେ ଆଗଧାଡିର ଯୋଦ୍ଧା ହୋଇଛନ୍ତି ଡାକ୍ତର, ନର୍ସ, ସ୍ବେଚ୍ଛାସେବୀ, ପୋଲିସ , ସଫେଇ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ । ତନ୍ମଧ୍ୟରୁ ମହାମାରୀକୁ ପ୍ରତିହତ କରିବାକୁ ପ୍ରମୂଖ ଭୂମିକା ନେଇଛନ୍ତି ଅଗ୍ନିଶମ କର୍ମଚାରୀ । ବିଭିନ୍ନ ସଂକ୍ରମଣ ଅଞ୍ଚଳକୁ ଯାଇ ଏହି ଅଗ୍ନିଶମ କର୍ମଚାରୀ ମାନେ ସଂକ୍ରମଣ ସ୍ଥାନ ଗୁଡିକ ର ବିଶୋଧନ ତଥା ସାନିଟାଇଜ କରୁଛନ୍ତି ।

କୋରୋନାକୁ ରୋକିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅଗ୍ନିଶମ ବିଭାଗ

ସଂକ୍ରମଣକୁ ଖାତିର ନ କରି ନିଜ ଜୀବନ ଓ ପରିବାର ଲୋକଙ୍କ କଥା ଭୁଲି ଦିନରାତି କାର୍ଯ୍ୟରେ ଲାଗିଛନ୍ତି ଏହି ଅଗ୍ନିଶମ କର୍ମଚାରୀ ମାନେ । ବାତ୍ୟା , ବନ୍ୟା , ଅଗ୍ନିକାଣ୍ଡ , ପ୍ରାକୃତିକ ବିପର୍ଯ୍ୟୟରେ ଅଗ୍ନିଶମ ବାହିନୀର କାର୍ଯ୍ୟ ଆମେ ସମସ୍ତେ ଜାଣିଥିବା ବେଳେ କୋଭିଡ ମହାମାରୀ ମୁକାବିଲାରେ ମଧ୍ୟ ଏହି ବିଭାଗ ପ୍ରମୂଖ ଭୂମିକା ନେଇଛି । ଯାହାକି ସାଧାରଣରେ ବେଶ ପ୍ରଶଂସନୀୟ ।

ମହାମାରୀରେ କରାଳ ରୂପରେ ସାରା ବିଶ୍ବ ଛଟପଟ। ହେଲେ ଏହି ବିପତ୍ତି ରେ ସମାଜ ସେବା ଓ ସୁରକ୍ଷାରେ ସମର୍ପିତ ନିଜକୁ ସମର୍ପିତ କରିଛନ୍ତ ଅଗ୍ନିଶମ କର୍ମଚାରୀ ମାନେ। ନିଜ ଜୀବନକୁ ଖାତିର ନ କରି ଅହରହ ଲୋକ ଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ଯେତେବେଳେ କୌଣସି ସ୍ଥାନ ରେ କୋରୋନା ସଂକ୍ରମଣ ସଙ୍ଗେ ସଙ୍ଗେ ଅଞ୍ଚଳକୁ ବିଶୋଧିତ କରିବା ପାଇଁ ଅଗ୍ନିଶମ କର୍ମଚାରୀ ମାନେ ଉକ୍ତ ସ୍ଥାନରେ ପହଞ୍ଚୁଛନ୍ତି । ପିପିଇ କୀଟ ପିନ୍ଧି କାର୍ଯ୍ୟ କରୁଛନ୍ତି।

କୋଭିଡ ସଂକ୍ରମଣ ଆଶଙ୍କା ଥିବା ସ୍ଥାନ କୁ ଯାଇ କରୁଛନ୍ତି ସାନିଟାଇଜ। ଏଥିପାଇଁ ଅଗ୍ନିଶମ କର୍ମଚାରୀ ମାନେ ନିଜ ଭିତରେ ଛୋଟ ଛୋଟ ଟିମ କରି ରୋଟେସନ ଭିତ୍ତିରେ 24 ଘଣ୍ଟା ଡ୍ୟୁଟିରେ ରହୁଛନ୍ତି। ଅଗ୍ନିଶମ କର୍ମଚାରୀ କହିବା କଥା ସମାଜ ତଥା ଲୋକ ଙ୍କ ସୁରକ୍ଷା ପାଇଁ ସେମାନେ ଏହି କାର୍ଯ୍ୟ ରେ ଯୋଗଦାନ ଦେଇଛନ୍ତି। ସେ ବନ୍ୟା ହେଉକି ବାତ୍ୟା , ଅଗ୍ନିକାଣ୍ଡ , ପ୍ରାକୃତିକ ବିପର୍ଯ୍ୟୟ ଅବା କୋଭିଡ ମହାମାରୀ । ସେମାନେ ଲୋକଙ୍କ ସୁରକ୍ଷା ପାଇଁ 24 ଘଣ୍ଟା ପ୍ରସ୍ତୁତ ।

ଅଗ୍ନିଶମ କର୍ମଚାରୀ ନିୟମିତ ଭାବେ କଣ୍ଟେନମେଣ୍ଟ ଜୋନ , ପବ୍ଲିକ ପ୍ଲେସ , ବିଭିନ୍ନ ସରକାରୀ ଅଫିସ , ପୋଲିସ ଷ୍ଟେସନ , ଜେଲ ଏବଂ ବିଭିନ୍ନ କୋଭିଡ କେୟାର ହୋମ ଓ ହସ୍ପିଟାଲ ରେ ସ୍ବତନ୍ତ୍ର କେମିକାଲ ସିଞ୍ଚନ କରି ସାନିଟାଇଜ କରୁଛନ୍ତି। ଏହା ଦ୍ବାରା କୋଭିଡ ଭୂତାଣୁ ବ୍ୟାପିବ ନାହିଁ । କୋଭିଡ ମହାମାରୀ ହେବା ସମୟରୁ ତଥା ଲକ ଡାଉନ ସମୟ ଅଗଷ୍ଟ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ପୁରୀ ସହରରେ ରେ 479 ସ୍ଥାନ ସାନିଟାଇଜ କରି ସାରିଲେଣି ଅଗ୍ନିଶମ ବାହିନୀ ।

ସେହିପରି ପୁରୀ ଜିଲ୍ଲାରେ ସମସ୍ତ ବ୍ଲକରେ ମୋଟ 12 ଟି ଫାୟାର ଷ୍ଟେସନରେ 120 ରୁ ଅଧିକ କର୍ମଚାରୀ ନିଜ ନିଜ ଅଞ୍ଚଳରେ ଥିବା କୋଭିଡ କେୟାର ହୋମ , କୋଭିଡ କେୟାର ସେଣ୍ଟର , କୋଭିଡ ହେଲଥ ସେଣ୍ଟର ସମେତ ସରକାରୀ ଅଫିସ , ପବ୍ଲିକ ପ୍ଲେସ ନିୟମିତ ସାନିଟାଇଜ କରୁଛନ୍ତି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ପୁରୀ ଜିଲ୍ଲାର ଗ୍ରାମ ପଞ୍ଚାୟତ ସ୍ତରରେ 267 ଟି କୋଭିଡ କେୟାର ହୋମ ଥିବାବେଳେ , ବ୍ଲକ ମୁଖ୍ୟାଳୟରେ 9 ଟି କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା ହେଡକ୍ବାର୍ଟରରେ 2 ଟି କୋଭିଡ ହେଲଥ ସେଣ୍ଟର ରହିଛି ।

ଯାହାର ସାନିଟାଇଜ ଦାୟିତ୍ବ ଅଗ୍ନିଶମ ବାହିନୀ ନେଇଛି। କୋଭିଡ ମହାମାରୀ ତଥା ସଂକ୍ରମଣ ରୋକିବାକୁ ଅଗ୍ନିଶମ ବାହିନୀର 24 ଘଣ୍ଟିଆ ସେବା ବେଶ ପ୍ରଶଂସନୀୟ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.