ETV Bharat / city

ତିନି ରଥର ଚାଲିଛି ଚକ ନିର୍ମାଣ କାର୍ଯ୍ୟ - ରଥଯାତ୍ରା

ରଥଯାତ୍ରା ପାଇଁ କୋରୋନା କଟକଣା ମଧ୍ୟରେ ଜୋରଦାର ଚାଲିଛି ରଥର ପ୍ରସ୍ତୁତି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ତିନି ରଥର ଚାଲିଛି ଚକ ନିର୍ମାଣ କାର୍ଯ୍ୟ
ତିନି ରଥର ଚାଲିଛି ଚକ ନିର୍ମାଣ କାର୍ଯ୍ୟ
author img

By

Published : May 29, 2021, 7:06 PM IST

ପୁରୀ: ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋର ଧରିଛି । ଗତକାଲି ମା’ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା କରି ଭୋଇ ସେବକଙ୍କ ଦ୍ୱାରା ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ହୋଇଥିଲା । ତିନୋଟି ରଥର ୬ଟି ସିଙ୍ଗଡ଼ା ଶେଷ ହୋଇଛି । ରଥଖଳାରେ ବିଶ୍ୱକର୍ମା ମହାରଣା ଯନ୍ତାପଟା କାର୍ଯ୍ୟ ଓ ପଇରେ ବିନ୍ଧ କରିଛନ୍ତି ।

ତିନି ରଥର ଚାଲିଛି ଚକ ନିର୍ମାଣ କାର୍ଯ୍ୟ

ନାହାକା ଚକର ପଇ ଖୋଦେଇ ହୋଇଛି। ରଥନିର୍ମାଣରେ ୧୬୬ ଜଣ ସେବକ ଲାଗିଥିବା ବେଳେ କରୋନା ଆକ୍ରାନ୍ତ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ସେପଟେ କମାରଶାଳରେ ୯୬୦ ଅରକଣ୍ଟା ଓ ୬୦ ପନ୍ଦାରୀ କାମ ଶେଷ ହେବା ସହ ତିନୋଟି ଚକର ପଇବିନ୍ଧା ଶେଷ ହୋଇଛି । ଜୁନ ଆସନ୍ତା ୩ରେ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ଟି ଚକ, ଅଖ ସଂଯୋଗ କରାଯାଇ ଡେରାଯିବା ନେଇ ସୂଚନା ମିଳିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.