ଭୁବନେଶ୍ବର: ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସ୍ବାସ୍ଥ୍ୟକର୍ମୀଙ୍କ ଓ ସେନା ସମସ୍ତଙ୍କୁ ସଲାମ ଜଣାଇ ବାଲୁକା କାଳରେ ଚିତ୍ର ଆଙ୍କିଛନ୍ତି ସୁଦର୍ଶନ ।
ବାଲୁକା କାଳରେ 74 ତମ ସ୍ବାଧୀନତା ଦିବସ ଲେଖିବା ସହ ଗୋଟିଏ ପାର୍ଶ୍ବରେ ଯବାନ ଅନ୍ୟଟି ପାର୍ଶ୍ବରେ ସ୍ବାସ୍ଥ୍ୟକର୍ମୀଙ୍କ ଚିତ୍ର ଆଙ୍କିଛନ୍ତି। ଚଳିତ କୋରୋନା କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳନ କରାଯାଉଛି । ନିଜ ଜୀବନକୁ ବାଜିରେ କିଭଳି ସ୍ବାସ୍ଥ୍ୟକର୍ମୀ ମାନେ କୋରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି । ସେହିଭଳି ଖରା ବର୍ଷାକୁ ଖାତିର ନ କରି ସୀମାରେ ଦେଶକୁ ସୁରକ୍ଷା ଦେଉଛନ୍ତି ସେନା । ଏହି ସନ୍ଦେଶ ନେଇ ଚଳିତ ବର୍ଷର ସ୍ବାଧୀନତା ଦିବସ ପାଳନ କରିଛନ୍ତି ସୁଦର୍ଶନ ।
-
Greetings to all on the 74th #IndependenceDay. Let's salute the Heroes of the Nation who are fighting to protect our country and the #CovidWarriors working tirelessly day and night to save our life . My SandArt at Puri beach in Odisha. pic.twitter.com/0RAokMfYV5
— Sudarsan Pattnaik (@sudarsansand) August 15, 2020 " class="align-text-top noRightClick twitterSection" data="
">Greetings to all on the 74th #IndependenceDay. Let's salute the Heroes of the Nation who are fighting to protect our country and the #CovidWarriors working tirelessly day and night to save our life . My SandArt at Puri beach in Odisha. pic.twitter.com/0RAokMfYV5
— Sudarsan Pattnaik (@sudarsansand) August 15, 2020Greetings to all on the 74th #IndependenceDay. Let's salute the Heroes of the Nation who are fighting to protect our country and the #CovidWarriors working tirelessly day and night to save our life . My SandArt at Puri beach in Odisha. pic.twitter.com/0RAokMfYV5
— Sudarsan Pattnaik (@sudarsansand) August 15, 2020
ବାଲୁକା କାଳରେ ଚିତ୍ର ଆଙ୍କି ସେ ନିଜ ଟ୍ବିଟରରେ ସେୟାର କରିଛନ୍ତି । ଲେଖିଛନ୍ତି, ରାତିଦିନ ଏକ କର କିଭଳି କୋଭିଡ ଯୋଦ୍ଧା କାମ କରୁଛନ୍ତି ତାଙ୍କୁ ସଲାମ ଜଣାଇବାକୁ କହିଛନ୍ତି । ଆଜି ଲାଲକିଲ୍ଲାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ଯୋଦ୍ଧାଙ୍କ ସତ ସାହସିକତାକୁ ସଲାମ କରିଛନ୍ତି ।