ETV Bharat / city

ସ୍କୁଲ୍‌ରେ ସଙ୍କୀର୍ତ୍ତନ: ପିଲାଏ ଅଛନ୍ତି, ପଢାହେଉନି ପାଠ - ପୁରୀ ଖବର

ସ୍କୁଲ ପରିସରରେ ପାଠ ବଦଳରେ ପିଲାଏ ଶୁଣୁଛନ୍ତି ହରିନାମ ସଙ୍କୀର୍ତ୍ତନ । ଅଧିକ ପଢନ୍ତୁ

ସ୍କୁଲ ପରିସରରେ ପିଲାଏ ଶୁଣୁଛନ୍ତି ହରିନାମ ସଙ୍କୀର୍ତ୍ତନ! ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳର ଘଟଣା

author img

By

Published : Jul 25, 2022, 1:07 PM IST

ପୁରୀ: ସ୍କୁଲ୍‌ ପରିସରରେ ପାଠ ବଦଳରେ ପିଲାଏ ଶୁଣୁଛନ୍ତି ହରିନାମ ସଙ୍କୀର୍ତ୍ତନ । ହୁଳହୁଳି ସଙ୍କୀର୍ତ୍ତନ ବାଜା, ଝାଞ୍ଜରେ କମ୍ପି ଉଠୁଛି ସ୍କୁଲ ପରିସର । ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିର୍ବାଚନ ମଣ୍ଡଳୀ ନିମାପଡ଼ା ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସ୍କୁଲ ପରିସରରେ ପିଲାଏ ଶୁଣୁଛନ୍ତି ହରିନାମ ସଙ୍କୀର୍ତ୍ତନ! ଗଣଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳର ଘଟଣା

ପୁରୀ ଜିଲ୍ଲା ନିମାପଡା ଉପକଣ୍ଠ ଖେଲାର ନିକଟସ୍ଥ ବିଶ୍ବାଳପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଛି ସଙ୍କୀର୍ତ୍ତନ । ସ୍କୁଲକୁ ପିଲା ପାଠପଢିବାକୁ ଆସିଥିବା ବେଳେ ହରିବୋଲ, ହୁଳହୁଳି, ସଂକୀର୍ତ୍ତନ ବାଜା, ଝାଞ୍ଜରେ କମ୍ପି ଉଠୁଛି ସ୍କୁଲ ପରିସର । ପିଲାମାନେ ବହି ବସ୍ତାନି ରଖି ହରିନାମ ଶୁଣୁଛନ୍ତି । ଯାହା ସେମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରୁଛି ।

ତେବେ ବିଦ୍ୟାଳୟ ପରିସରରେ ସଙ୍କୀର୍ତ୍ତନ କରିବାକୁ କିପରି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଅନୁମତି ଦେଲେ, ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ବ୍ଲକ ଶିକ୍ଷା ଅଧିକାରୀ କିପରି ଏ ଘଟଣା ସମ୍ପର୍କରେ ଜାଣିପାରୁ ନାହାନ୍ତି, ଅବିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଦାୟୀଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.