ETV Bharat / city

ମହିଳାଙ୍କ ଏକା ଜିଦ ଜଗା ଦର୍ଶନ କରିବେ, କହିଲେ ଦେହରେ ଶାରଳା ଆସୁଛନ୍ତି - women making drama in front of shri mandir

ପୁରୀ ଶ୍ରୀମନ୍ଦିର ବାହାରେ ଜଣେ ମହିଳା କାନ୍ଦିକାନ୍ଦି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଜିଦ୍‌ କରିଥିଲେ । ଜଗା ଦର୍ଶନ ନ ମିଳିଲେ ସେ ପୁରୀ ଛାଡ଼ି ଯିବେ ନାହିଁ ବୋଲି କହିଥିଲେ । ଅଧିକ ପଢ଼ନ୍ତୁ

ମହିଳାଙ୍କ ଏକା ଜିଦ ଜଗା ଦର୍ଶନ କରିବେ, କହିଲେ ଦେହରେ ଶାରଳା ଆସୁଛନ୍ତି

author img

By

Published : Jan 17, 2022, 9:29 PM IST

ପୁରୀ: "ମୁଁ ଆସିଛିମାନେ ଜଗା ଦର୍ଶନ କରିକି ଯିବି । ମୋତେ ୧୫ ଦିନ ହେଲା ଶୁଆଇ ଦେଉନି । ମୁଁ ତାର ପାଦ ଛୁଇଁବି । କୋଭିଡ କଟକଣା ଥିଲେ ବି ମୁଁ ମନ୍ଦିର ଭିତରକୁ ଯିବି ।" ପୁରୀ ଶ୍ରୀମନ୍ଦିର ବାହାରେ ଜଣେ ମହିଳା କାନ୍ଦିକାନ୍ଦି ଏହିଭଳି କିଛି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଜିଦ୍‌ କରିଥିଲେ । ଜଗା ଦର୍ଶନ ନ ମିଳିଲେ ସେ ପୁରୀ ଛାଡ଼ି ଯିବେ ନାହିଁ ବୋଲି କହିଥିଲେ ।

ମହିଳାଙ୍କ ଏକା ଜିଦ ଜଗା ଦର୍ଶନ କରିବେ, କହିଲେ ଦେହରେ ଶାରଳା ଆସୁଛନ୍ତି

ଏହି ମହିଳା ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ହରିଅଙ୍ଗ ଗ୍ରାମର ବୋଲି ଜଣାପଡ଼ିଛି । ତାଙ୍କ ପରିଜନଙ୍କ କହିବା ମୁତାବକ ମହିଳାଙ୍କ ଦେହରେ ସାକ୍ଷାତ ମା' ଶାରଳା ଆସୁଛନ୍ତି । କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ଏହି ମହିଳା ଜଣଙ୍କ ପୋଲିସ ସୁରକ୍ଷାକୁ ଭେଦ କରି ଅରୁଣସ୍ତମ୍ଭ ନିକଟ ପର୍ଯ୍ୟନ୍ତ ଦୌଡିଥିଲେ । ବ୍ୟାରିକେଡ ଭିତରକୁ ଆସିଥିବା ମହିଳାଙ୍କୁ ସେବାୟତ ଓ ପୋଲିସ କର୍ମଚାରୀ ଟାଣିଟାଣି ନେଇ ବ୍ୟାରିକେଡ ବାହାରେ ଛାଡିଥିଲେ ।

ମହିଳା ଜଣଙ୍କ ତାଙ୍କ ଜିଦରେ ଅଟଳ ରହିବା ସହ ତାଙ୍କ ଦେହରେ ମା ଶାରଳା ବିଜେ ହୋଇଥିବା କଥା କହିଥିଲେ । ପୁରୀ ଆସି ଦର୍ଶନ କରିବା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ଗତକାଲି ରାତିରେ ସ୍ବପ୍ନେଇ ଥିବା କଥା କହିଛନ୍ତି । ସେପଟେ କୋଭିଡ କଟକଣା ଥିବାରୁ ମହାପ୍ରଭୁଙ୍କ ଦର୍ଶନ ନପାଇ ମହିଳା ଭକ୍ତ ଜଣଙ୍କ ବେଶ କାନ୍ଦି ଥିଲେ । ତେବେ ସିଂହ ଦ୍ୱାର ସମ୍ମୁଖରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.