ETV Bharat / city

ଅନନ୍ୟ କଳାକୃତି; ଆଇସକ୍ରିମ୍ କାଠିରେ ପ୍ରଭୁ ଗଜାନନଙ୍କ ମୂର୍ତ୍ତି

author img

By

Published : Aug 19, 2020, 9:06 PM IST

ପାଖେଇ ଆସୁଛି ଗଣେଶ ପୂଜା । ତେବେ ଗଣେଶ ପୂଜା ଅବସରରେ ପୁରୀର ବିଶ୍ଵଜିତ ନାୟକ ଏକ ନିଆରା କଳାକୃତି କରିଛନ୍ତି । ଯାହାକି ପୁଣି ତାଙ୍କୁ ଚର୍ଚ୍ଚାକୁ ଆଣିଛି। 5575 ଟି ଆଇସକ୍ରିମ କାଠିରେ ସେ 55 ଇଞ୍ଚ ଉଚ୍ଚତାର ଏକ ଗଣେଶ ମୂର୍ତ୍ତି କରିଛନ୍ତି । ଅଧିକ ଖବର ପଢନ୍ତୁ...

ଅନନ୍ୟ କଳାକୃତି; ଆଇସକ୍ରିମ୍ କାଠିରେ ପ୍ରଭୁ ଗଜାନନଙ୍କ ମୂର୍ତ୍ତି
ଅନନ୍ୟ କଳାକୃତି; ଆଇସକ୍ରିମ୍ କାଠିରେ ପ୍ରଭୁ ଗଜାନନଙ୍କ ମୂର୍ତ୍ତି

ପୁରୀ: ପାଖେଇ ଆସୁଛି ଗଣେଶ ପୂଜା । ତେବେ ଗଣେଶ ପୂଜା ଅବସରରେ ପୁରୀର ବିଶ୍ଵଜିତ ନାୟକ ଏକ ନିଆରା କଳାକୃତି କରିଛନ୍ତି । ଯାହାକି ପୁଣି ତାଙ୍କୁ ଚର୍ଚ୍ଚାକୁ ଆଣିଛି। 5575 ଟି ଆଇସକ୍ରିମ କାଠିରେ ସେ 55 ଇଞ୍ଚ ଉଚ୍ଚତାର ଏକ ଗଣେଶ ମୂର୍ତ୍ତି କରିଛନ୍ତି । ଯାହାକି ବେଶ ଆକର୍ଷଣୀୟ । ଏ ନେଇ ସେ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିଛନ୍ତି ।

ଏହି ନିଆରା କଳାକୃତି ପାଇଁ ସେ ଏସିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇବେ ବୋଲି ବିଶ୍ଵଜିତ ଓ ତାଙ୍କ ପରିବାର ଲୋକ ଆଶା କରିଛନ୍ତି । ଏଥି ସହିତ ଏହି ମୂର୍ତ୍ତି ମାଧ୍ୟମରେ ସେ ସମାଜକୁ ଇକୋ ଫ୍ରେଣ୍ଡଲିର ବାର୍ତ୍ତା ମଧ୍ୟ ଦେଇଛନ୍ତି। ଆଜିକାଲି ମୂର୍ତ୍ତି ପ୍ରସ୍ତୁତିରେ ରାସାୟନିକ ରଙ୍ଗ ବ୍ୟବହାର ଯୋଗୁ ମୂର୍ତ୍ତି ବିସର୍ଜନ ପରେ ଜଳ ପ୍ରଦୂଷଣ ହେଉଛି । ଏଣୁ ସମସ୍ତେ ଏଥିରୁ ନିବୃତ୍ତ ହେବାକୁ ସେ ବାର୍ତ୍ତା ଦେଇଛନ୍ତି ।

ପୂର୍ବରୁ ବିଶ୍ଵଜିତ ଆଇସକ୍ରିମ କାଠି ରେ 27 ଇଞ୍ଚର ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇ ସାରିଛନ୍ତି। ଏହି ପୁରସ୍କାର ପାଇଁ ସେ ଅଧିକ ଉତ୍ସାହିତ ହୋଇ ପୁଣି ଆଇସକ୍ରିମ କାଠିରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ତିଆରି କରିଥିବା କହିଛନ୍ତି । ଦିନକୁ 8 ଘଣ୍ଟା ପରିଶ୍ରମ କରି ଏକ ମାସ ମଧ୍ୟରେ ଏହି ନିଆରା କଳାକୃତି ଗଢିଛନ୍ତି ।

ପୁରୀ ସହର ର ସିଧମହାବୀର ଅଞ୍ଚଳ କୁମୁଟିପାଟଣା ର ବସିନ୍ଦା ବଳରାମ ନାୟକ ଙ୍କ ପୁଅ ହେଉଛନ୍ତି ବିଶ୍ଵଜିତ ନାୟକ। ବିଶ୍ଵଜିତ ଜଣେ ଇଂଜିନିୟରିଂ ଛାତ୍ର ହୋଇ ଥିବା ବେଳେ କଳା ପ୍ରତି ତାଙ୍କର ଗଭୀର ରୁଚି ରହିଛି। ତେବେ ଏହି ନିଆରା କଳାକୃତି କରିଥିବା ବିଶ୍ଵଜିତ ନାୟକଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପୁରୀ ସମ୍ବାଦଦାତା ଶକ୍ତି ପ୍ରସାଦ ମିଶ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.