ETV Bharat / city

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମୀକ୍ଷା ବୈଠକ

author img

By

Published : Feb 2, 2021, 10:37 PM IST

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମୀକ୍ଷା ବୈଠକ । ବୁଧବାର ଠାରୁ କୋଭିଡ୍ ଗାଇଡଲାଇନ୍ ନିୟମ କଡାକଡି ଭାବେ ପାଳନ କରାଯିବ । ଅଧିକ ପଢନ୍ତୁ...

srimandira review meeting held in puri
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ସମୀକ୍ଷା ବୈଠକ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ୍ ଗାଇଡଲାଇନ୍ କଡାକଡି ଭାଵେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛି । ଦର୍ଶନ ଆରମ୍ଭ ହେବା ଦିନଠାରୁ ପ୍ରତିହାରୀ ନିଯୋଗ ସେବାୟତମାନେ ଭକ୍ତଙ୍କୁ କୋଭିଡ ଗାଇଡ଼ ଲାଇନ ପାଳନ କରି କିଭଳି ଦର୍ଶନ କରିବେ, ସେ ନେଇ ବୁଝାଉଛନ୍ତି। ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରଵେଶ କରିବା ପରେ ସାତପାହାଚ ନିକଟରେ ପ୍ରତିହାରୀ ସେବାୟତମାନେ ଠିଆ ହୋଇ ଭକ୍ତଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ କୋଭିଡ୍ ଗାଇଡଲାଇନ୍ ଅନୁପାଳନ କରାଯାଇଛି କି ନାହିଁ ତାହାକୁ ଅନୁଧ୍ୟାନ କରୁଛନ୍ତି ।

ଆବଶ୍ୟକ ପଡିଲେ ନିୟମ ଭାଙ୍ଗି ଥିବା ଭକ୍ତଙ୍କୁ ତାଗିଦ କରୁଛନ୍ତି । ତେଣୁ ଏସଓପି ପାଳନକୁ ବ୍ୟାପକ କରିବା ପାଇଁ ଆଜି(ମଙ୍ଗଳବାର) ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରତିହାରୀ ନିଯୋଗ ସହ ଉନ୍ନୟନ ଓ ନୀତି ପ୍ରଶାସକ ବୈଠକ କରିଥିଲେ । ବୁଧବାର ଠାରୁ କୋଭିଡ୍ ଗାଇଡଲାଇନ୍ ନିୟମ କଡାକଡି ଭାବେ ପାଳନ କରାଯିବ । ଏହାସହ ପ୍ରତିଦିନ 56 ଜଣ ପ୍ରତିହାରୀ ସେବକ ଏହି କାର୍ଯ୍ୟରେ ନିୟୋଜିତ ହେବେ ବୋଲି ନିଷ୍ପତ୍ତି ହୋଇଛି । ଯଦି ଆବଶ୍ୟକ ପଡେ, ତେଵେ ଭକ୍ତଙ୍କୁ ନିଯୋଗ ପକ୍ଷରୁ ମାସ୍କ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.