ETV Bharat / city

କ୍ୟାଲେଣ୍ଡରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନୀତି ନେଇ ପ୍ରକାଶନକୁ ଖଣ୍ଡନ କଲେ ସେବାୟତ

author img

By

Published : Nov 13, 2021, 7:13 PM IST

Updated : Nov 13, 2021, 7:46 PM IST

ପଞ୍ଚୁକରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବନି ଅନୁଷ୍ଠିତ । ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଉଲ୍ଲେଖ ରହିଥିବା ନେଇ ବିବାଦ ହୋଇଛି ଆରମ୍ଭ। ନାଗାର୍ଜୁନ ବେଶ ହେବନି ବୋଲି ସ୍ପଷ୍ଟ କଲେ ଶ୍ରୀମନ୍ଦିର ସେବାୟତ । ଅଧିକ ପଢନ୍ତୁ....

କ୍ୟାଲେଣ୍ଡରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନୀତି ନେଇ ପ୍ରକାଶନକୁ ଖଣ୍ଡନ କଲେ ସେବାୟତ
କ୍ୟାଲେଣ୍ଡରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନୀତି ନେଇ ପ୍ରକାଶନକୁ ଖଣ୍ଡନ କଲେ ସେବାୟତ

ପୁରୀ : ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ। କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ସବୁଠାରୁ ପବିତ୍ର ବୋଲି ଧରାଯାଏ । ସେଇଥି ପାଇଁ ପୁରୀରେ ଏହି ପଞ୍ଚୁକ ବ୍ରତ ପାଇଁ ହଜାର ହଜାର ହବିଷ୍ୟାଳୀ ଓ ଭକ୍ତଙ୍କ ଭିଡ଼ ଜମିବ। ତେବେ ଗତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିବାବେଳେ ଚଳିତ ବର୍ଷ ପଞ୍ଚୁକରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ବୋଲି ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଉଲ୍ଲେଖ ରହିଥିବା ନେଇ ବିବାଦ ଆରମ୍ଭ ହୋଇଛି ।

ସେପଟେ ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁନଥିବାବେଳେ ଏହି ଭ୍ରାନ୍ତ ଧାରଣାରୁ ନିବୃତ୍ତ ରହିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଶ୍ରୀମନ୍ଦିର ପରିଚାଳନା କମିଟି‌ ସଦସ୍ୟ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଏଭଳି ତଥ୍ୟ କୋହେନୂର ପଞ୍ଜିକାରେ ଉଲ୍ଲେଖ ରହିଥିବା ବେଳେ ଏହାକୁ ନେଇ ଏବେ ଆରମ୍ଭ ହୋଇଛି ବାଦ ବିବାଦ। ତେବେ ଚଳିତ ବର୍ଷ ନାଗାର୍ଜୁନ ବେଶ ପଡୁନାହିଁ ବୋଲି ପୂର୍ବରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ହେଲେ କୋହେନୂର କ୍ୟାଲେଣ୍ଡରରେ କିଭଳି ଭୁଲ ତଥ୍ୟ ଦିଆଗଲା । ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ସେପଟେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପୂଜାପଣ୍ତା ନିଯୋଗ ପକ୍ଷରୁ ଅନୁମୋଦିତ ଶ୍ରୀମନ୍ଦିର ପଞ୍ଜିକାରେ ନାଗାର୍ଜୁନ ବେଶ ପଡୁନଥିବା ଉଲ୍ଲେଖ ରହିଛି। ଏହାକୁ ନେଇ ଭକ୍ତଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଥିବାବେଳେ ଏହି ଭ୍ରାନ୍ତ ଧାରଣାରୁ ନିବୃତ୍ତ ରହିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନୁରୋଧ କରିଛନ୍ତି। ଯେଉଁ ବର୍ଷ ପଞ୍ଚୁକରେ ମଳ ତିଥି ପଡିଥାଏ । ସେହି ବର୍ଷ ପଞ୍ଚୁକ 6 ଦିନ ପାଳନ ହେବା ସହ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେବାର ପରମ୍ପରା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 13, 2021, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.