ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୁରୀ ଜିଲ୍ଲାପାଳଙ୍କ ନାଁରେ ଏତଲା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : May 11, 2022, 10:29 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁ ରେ ବେଆଇନ ନିର୍ମାଣ ମାମଲା । ପୁରୀ ଜିଲ୍ଲାପାଳ , ଟାଟା କମ୍ପାନୀ ଓ ରାଜ୍ୟ ସେତୁ ନିର୍ମାଣ ନିଗମ ତଥା obcc ବିରୋଧ ରେ ପୁରୀ ସିଂହଦ୍ବାର ଥାନାରେ ଏତଲା ରୁଜୁ ପାଇଁ ପୁରୀ sdjm କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୁରୀ ଜିଲ୍ଲାପାଳ ଏତଲା ପାଇଁ  sdjm କୋର୍ଟଙ୍କ  ନିର୍ଦ୍ଦେଶ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ବେଆଇନ ନିର୍ମାଣ ମାମଲା । ପୁରୀ ଜିଲ୍ଲାପାଳ, ଟାଟା କମ୍ପାନୀ ଓ ରାଜ୍ୟ ସେତୁ ନିର୍ମାଣ ନିଗମ ତଥା obcc ବିରୋଧ ରେ ପୁରୀ ସିଂହଦ୍ବାର ଥାନାରେ ଏତଲା ରୁଜୁ ପାଇଁ ପୁରୀ sdjm କୋର୍ଟଙ୍କ ନିର୍ଦ୍ଦେଶ । ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣ ଓ ଅମସାର ଆକ୍ଟର ଉଲଘଂନ ମାମଲାର ବିଚାର କରି ପୁରୀ sdjm କୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ଘଟଣାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଶ୍ରୀମନ୍ଦିର 100 ମିଟର ଭିତରେ କୌଣସି ଖନନ ଓ ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି NMA ନିୟମ ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦେଶରେ ପୁରୀ ଜିଲ୍ଲାପାଳଙ୍କ ତତ୍ବାବଧାନରେ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ କାର୍ଯ୍ୟ ହେଉଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପୁରୀ ଜିଲ୍ଲାପାଳଙ୍କ ନାଁରେ ଏତଲା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

obcc ଓ ଟାଟା କମ୍ପାନୀ ଏହି କାର୍ଯ୍ୟ ପାଇଁ ବଡ ବଡ ଗର୍ତ୍ତ ଖୋଳି କାର୍ଯ୍ୟ କରୁଛନ୍ତି। ଯାହାକି ଶ୍ରୀମନ୍ଦିର ଭଳି ଏକ ପୁରାତନ କୀର୍ତ୍ତିରାଜି ପ୍ରତି ବିପଦ ରହିଛି । ବଡ ବଡ ଗର୍ତ୍ତ ଯୋଗୁ ଶ୍ରୀମନ୍ଦିର ଭିତ୍ତିଭୂମି ଦୁର୍ବଳ ହୋଇ ମନ୍ଦିରକୁ ବିପଦ ହେବା ଆଶଙ୍କା ରେ ବିଭିନ୍ନ ସଂଗଠନ ଏହାକୁ ବିରୋଧ କରିଥିଲେ। ପରେ ପୁରୀ ଓକିଲ ସଂଘର ଏକ ପ୍ରତିନିଧି ଦଳ ଘଟଣା ସ୍ଥଳ ପରିଦର୍ଶନ କରି ନୀୟମ ଉଲଘଂନ ହୋଇ ଥିବା ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରୋଜେକ୍ଟ ନେଇଥିବା ଟାଟା କମ୍ପାନୀ , obcc ଏବଂ କାର୍ଯ୍ୟ କୁ ସମର୍ଥନ ଦେବା ଅଭିଯୋଗ ନେଇ ପୁରୀ ଜିଲାପାଳଙ୍କ ନାମରେ ଏକ ଏତଲା ପୁରୀ ସିଂହଦ୍ବାର ଥାନା ରେ ଦିଆଯାଇଥିଲା ।

ପରେ ପୁରୀ ଏସପିଙ୍କୁ ଓକିଲ ସଂଘ ଭେଟି ଏହି ବେଆଇନ ନିର୍ମାଣ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରାଯାଇଥିଲା। ହେଲେ ଏସପି ଏହା ଉପରେ କୌଣସି ପଦକ୍ଷେପ ନେଇ ନଥିଲେ। ପରେ ଆଇନଜୀବୀ ବିଭୁତି ଶଙ୍କର ତ୍ରିପାଠୀ ଏନେଇ ପୁରୀ sdjm କୋର୍ଟରେ ଏକ ମାମଲା ରୁଜୁ କରି ଏହି ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ନେଇ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ମାମଲାର ଶୁଣାଣି କରି ପୁରୀ sdjm କୋର୍ଟ ପୁରୀ ଜିଲ୍ଲାପାଳ , ଟାଟା କମ୍ପାନୀ ଓ obcc ବିରୋଧରେ ମାମଲା ରୁଜୁ ପାଇଁ ପୁରୀ ସିଂହଦ୍ବାର ଥାନାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.