ETV Bharat / city

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରଥଯାତ୍ରା ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

author img

By

Published : May 21, 2022, 7:42 PM IST

Updated : May 21, 2022, 8:47 PM IST

ବସିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆଦର୍ଶ ଗୁରୁକୁଳ ବିଦ୍ୟାଳୟ ନେଇ ଆଲୋଚନା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରଥଯାତ୍ରା ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ରଥଯାତ୍ରା ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

ପୁରୀ: ବସିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଆଦର୍ଶ ଗୁରୁକୁଳ ବିଦ୍ୟାଳୟ ନେଇ ଆଲୋଚନା । ଅଗାମୀ ସ୍ନାନଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି । ଚଳିତବର୍ଷ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ହେବା ନେଇ ନିଷ୍ପତ୍ତି ପରେ ଏହାର ନୀତିକାନ୍ତି, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ମୁଖ୍ୟ ଆଲୋଚନା ପ୍ରସଙ୍ଗ ରହିଛି ।

ସେହିପରି ରଥଯାତ୍ରା ଭକ୍ତଙ୍କ ଗହଣରେ କିଭଳି ସୁରୁଖୁରୁରେ ହୋଇପାରିବ, ସେନେଇ ମଧ୍ୟ ଆଲୋଚନା ହେବାର ଏଜେଣ୍ଡା ରହିଛି । ସେବାୟତ ପିଲାଙ୍କ ପାଠପଢ଼ାରେ ଉନ୍ନତି ଆଣିବା ପାଇଁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ବିଦ୍ୟାଳୟ ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇ ଥିବାବେଳେ ଏହାର ବାଇ-ଲ, ସୋସାଇଟି ଏବଂ ଉନ୍ନୟନ ପାଣ୍ଠି ପ୍ରସ୍ତାବକୁ ନେଇ ଅନୁମୋଦନ ହେବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତିକୁ ନେଇ ଆଲୋଚନା ହୋଇଛି । ସେପଟେ ଲଗାତାର ଚତୁର୍ଥ ଥର ଏଏସଆଇ ଅଧିକାରୀ ବୈଠକରେ ଉପସ୍ଥିତ ନ ରହୁଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ଗଜପତି ମହାରାଜା । ସେପଟେ କଲଚୁରାଲ ଆଡ଼ଭାଇଜାରି କମିଟି ପକ୍ଷରୁ ପରିବର୍ତ୍ତିତ ପରିକ୍ରମା ମାର୍ଗ ଡିଜାଇନ ସମ୍ପର୍କରେ କମିଟି ସଦସ୍ୟଙ୍କୁ ଅବଗତ କରିଛନ୍ତି ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 21, 2022, 8:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.