ETV Bharat / city

ଶ୍ରୀମନ୍ଦିରର ବଜେଟ ପ୍ରସ୍ତୁତି, ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ - ଶ୍ରୀମନ୍ଦିର

ଶ୍ରୀମନ୍ଦିରର ବଜେଟ ପ୍ରସ୍ତୁତି । ଅର୍ଥ ସବ କମିଟି ବୈଠକ ବସି ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ...

srimandir budget Preparation
ଶ୍ରୀମନ୍ଦିରର ବଜେଟ ପ୍ରସ୍ତୁତି
author img

By

Published : Mar 10, 2021, 3:46 PM IST

ପୁରୀ : ଶ୍ରୀମନ୍ଦିର ପାଇଁ ଆରମ୍ଭ ହୋଇଛି ବଜେଟ ପ୍ରସ୍ତୁତି। ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି(ବୁଧବାର) ଅର୍ଥ ସବ କମିଟି ବୈଠକ ବସି ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦନ କରାଯିବ। ସବକମିଟିର ନିଷ୍ପତି ଅନୁଯାୟୀ ଆଗାମୀ ରଥଯାତ୍ରା ପାଇଁ ୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯିବ। ସେବାୟତଙ୍କ କଲ୍ୟାଣ ପାଇଁ ୫ କୋଟି ଟଙ୍କାର ବ୍ୟୟ ବରାଦ ସହ ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ଟଙ୍କାର ପାଣ୍ଠି ରଖାଯାଇଛି।

ଶ୍ରୀମନ୍ଦିରର ବଜେଟ ପ୍ରସ୍ତୁତି

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଟି ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ଏକ ଭକ୍ତ ନିବାସ ନିର୍ମାଣ ପାଇଁ ଓ ଏକ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇଛି। କୋଭିଡ ପାଇଁ ଶ୍ରୀମନ୍ଦିରର ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବାରୁ ଅଧିକ ରାଜସ୍ବ ସଂଗ୍ରହ ପାଇଁ ଉଦ୍ୟମ କରାଯିବ। ଭକ୍ତଙ୍କ ଠାରୁ ଦାନ ଅର୍ଥ ସଂଗ୍ରହ ପାଇଁ ଏୟାରପୋର୍ଟ ସହିତ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକରେ ଦାନ ବାକ୍ସ ରଖାଯିବ। ଖଣି ଖାଦାନରୁ ପ୍ରାୟ ୧୦ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରାଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଜମି ବିକ୍ରି, ନୂଆ ଭକ୍ତ ନିବାସ ନିର୍ମାଣ କରାଯାଇ ରାଜସ୍ବ ବୃଦ୍ଧି କରାଯିବ।

ଶ୍ରୀମନ୍ଦିରର ବର୍ତ୍ତମାନ ସ୍ଥାୟୀ ଜମା ୬୫୦ କୋଟି ଟଙ୍କା ଥିବାବେଳେ ଆଗାମୀ ୨୦୨୩ ରଥଯାତ୍ରା ବେଳକୁ ସ୍ଥାୟୀ ଜମା ରାଶି ୧୦୦୦ କୋଟି ଟଙ୍କା କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି। ସେହିପରି ଦିବ୍ୟାଙ୍ଗ ଓ ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ହେବାକୁ ଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅର୍ଥ ସବ କମିଟି ବୈଠକରେ ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ପ୍ରଶାସନିକ ଅଧିକାରୀମାନେ ବଜେଟକୁ ଚୁଡାନ୍ତ ରୂପ ଦେଇଥିଲେ। ସବକମିଟିର ବଜେଟ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହା ଆଗାମୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦିତ ହେବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.