ପୁରୀ: ବଢିଲା ଶ୍ରୀମନ୍ଦିର ବନ୍ଦ ଅବଧି । ଆସନ୍ତା ଜୁନ 15 ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ମହାମାରୀ କୋରୋନା ନେଇ ଶ୍ରୀମନ୍ଦିରରେ କଡା କଟକଣା ଜାରି କରାଯାଇଛି ।
କୋଭିଡର ଦ୍ବିତୀୟ ଲହର ଥମିବାର ନାଁ ଧରୁ ନ ଥିବାବେଳେ ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଥିବା ଦର୍ଶନ କଟକଣା ବଢ଼ାଇ ଦିଆଯାଇଛି । ଜୁନ 15 ତାରିଖ ଯାଏଁ ଦର୍ଶନ କଟକଣା ଅବଧି ବଢାଯାଇଛି । ଏ ନେଇ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ବୈଠକରେ ନିଷ୍ପତ୍ତି ନେଇଛନ୍ତି । ତେବେ ଚନ୍ଦନଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ସମେତ, ସେବାୟତଙ୍କୁ କୋଭିଡ ଟୀକାକରଣ ଓ ଟେଷ୍ଟ ସବୁ କିଛି ପୂର୍ଵ ନିଷ୍ପତ୍ତି ଅନୁଯାୟୀ କୋଭିଡ କଟକଣାରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ