ETV Bharat / city

Ratna Bhandara Issue: ଆଇନ ମନ୍ତ୍ରୀଙ୍କ ଉତ୍ତର ପରେ କଡା ସମାଲୋଚନା କଲା ଶ୍ରୀଜଗନ୍ନାଥ ସେନା

author img

By

Published : Dec 7, 2021, 10:48 PM IST

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ନ ଖୋଲିବା ନେଇ ଆଇନ ମନ୍ତ୍ରୀ ଆଜି ବିଧାନସଭାରେ ଉତ୍ତର ପ୍ରସଙ୍ଗ । ଆଇନ ମନ୍ତ୍ରୀଙ୍କ ଉତ୍ତରକୁ ଜଗନ୍ନାଥ ସେନାର କଡା ସମାଲୋଚନା । ଅଧିକ ପଢନ୍ତୁ

Sreejagnath Sena
Sreejagnath Sena

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ନ ଖୋଲିବା ନେଇ ଆଇନ ମନ୍ତ୍ରୀ ଆଜି ବିଧାନସଭାରେ ଉତ୍ତର ପ୍ରସଙ୍ଗ । ଆଇନ ମନ୍ତ୍ରୀଙ୍କ ଉତ୍ତରକୁ ଜଗନ୍ନାଥ ସେନାର କଡା ସମାଲୋଚନା ।

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ । ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏକ ପ୍ରଶ୍ନ ର ଉତ୍ତର ରଖିଛନ୍ତି । ତେବେ ଆଇନ ମନ୍ତ୍ରୀ ଏହି ଉତ୍ତର ପରେ କଡା ସମାଲୋଚନା କରିଛି ଶ୍ରୀଜଗନ୍ନାଥ ସେନା । ସଂଗଠନ କହିଛି ରତ୍ନ ଭଣ୍ଡାରକୁ ଲୁଟ କରାଯାଇଛି । ସେଠାରେ କୌଣସି ରତ୍ନ ନାହିଁ । ଏହା ଜଗନ୍ନାଥ ପ୍ରେମୀ ଜାଣିଲେ ସରକାର ଭାଙ୍ଗି ଯିବାର ଭୟ ରହିଛି । ସରକାରଙ୍କୁ ସୁରକ୍ଷା ଦେବା ପାଇଁ ରତ୍ନ ଭଣ୍ଡାର ରାଜ୍ୟ ସରକାର ଖୋଲିବା ନେଇ ପଛ ଘୁଞ୍ଚା ଦେଉଛନ୍ତି। ଯାହାକି ଆଜି ପ୍ରମାଣିତ ହୋଇଛି। ତେବେ ଆଇନ କହୁଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରତି ତିନି ବର୍ଷରେ ଥରେ ଖୋଲାଯାଇ ରତ୍ନ ଅଳଙ୍କାର ହିସାବ କରାଯିବ ।

ପୂର୍ବରୁ ହାଇକୋର୍ଟ ମଧ୍ୟ ରତ୍ନ ଭଣ୍ଡାର ଖୋଲିବା ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ରାଜ୍ୟ ସରକାର ଏହି ନିୟମକୁ ଉଲଘଂନ କରିଛନ୍ତି। ରତ୍ନ ଭଣ୍ଡାର ଚାବି ହଜିବା, ନକଲି ଚାବି ମିଳିବା , ତଦନ୍ତ କମିସନ ବସିବା କେଵଳ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ହୋଇଥିଲା । ତେବେ ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ନ ଥିବା କାରଣରୁ ସରକାର ଏହା ଖୋଲି ଜଗନ୍ନାଥ ପ୍ରେମୀଙ୍କୁ ଜଣାଇବା ଚାହୁଁ ନଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି।

ତେବେ ମହାପ୍ରଭୁ ଠିକଣା ସମୟରେ ଏହାର ଜବାବ ଦେବେ ଓ ଖୁବଶୀଘ୍ର ରତ୍ନ ଭଣ୍ଡାର ଲୁଟର ପର୍ଦ୍ଦାଫାସ ହେବ ବୋଲି ଶ୍ରୀଜଗନ୍ନାଥ ସେନା କହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.