ETV Bharat / city

ପବିତ୍ର ମହାଳୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ​ଶାକ୍ତ ଗୁଣ୍ଡିଚା ନୀତି

author img

By

Published : Sep 25, 2022, 6:17 PM IST

ଆଜିଠୁ ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା ନୀତି ଆରମ୍ଭ ହେବ । ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରର ଶ୍ରୀଜୀଉଙ୍କ ଶାକ୍ତ ଗୁଣ୍ଡିଚା ନୀତି ତଥା ଗୁପ୍ତ ଗୁଣ୍ତିଚାର ପରମ୍ପରା ସମ୍ପର୍ଣ୍ଣ ହୋଇଥାଏ । ଅଧିକ ପଢନ୍ତୁ

ପବିତ୍ର ମହାଳୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ​ଶାକ୍ତ ଗୁଣ୍ଡିଚା ନୀତି
ପବିତ୍ର ମହାଳୟାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ​ଶାକ୍ତ ଗୁଣ୍ଡିଚା ନୀତି

ପୁରୀ: ପବିତ୍ର ମହାଳୟାରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଆଜିଠୁ ମହାପ୍ରଭୂଙ୍କ ଶାକ୍ତ ଗୁଣ୍ଡିଚା ନୀତି ଆରମ୍ଭ ହେବ । ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରର ଶ୍ରୀଜିଉଙ୍କ ଶାକ୍ତ ଗୁଣ୍ଡିଚା ନୀତି ତଥା ଗୁପ୍ତ ଗୁଣ୍ତିଚାର ପରମ୍ପରା ସମ୍ପନ୍ନ ହୋଇଥାଏ । ସକାଳ ଧୂପ ପରେ ଦୁର୍ଗା ମାଧବ ଆଜ୍ଞାମାଳ ପାଇବା ପରେ ସ୍ବତନ୍ତ୍ର ଭାବରେ ଏକ ରଥମୟ ଦିବ୍ୟରେ ବିରାଜମାନ ପରେ ବିମାନବଡୁ ସେବକଙ୍କ ଦ୍ବାରା ବାହାରକୁ ଆସିବେ । ଆଜିଠୁ ନବମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ଭାବରେ ବିମଳା ମନ୍ଦିରକୁ ଯାତ୍ରା କରିବେ । ସେଠାରେ ତାଙ୍କୁ ଜଳମୋହଣି କରାଯାଏ ।

ପବିତ୍ର ମହାଳୟାରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ​ଶାକ୍ତ ଗୁଣ୍ଡିଚା ନୀତି

ଲୋକକଥା ଅନୁଯାୟୀ ଶ୍ରୀଗୁଣ୍ତିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ନେଇନଥିବାରୁ ଆଶ୍ବୀନ ମାସରେ ଏହି ଗୁପ୍ତ ଗୁଣ୍ଡିଚା ନୀତି ଅନୁଷ୍ଠିତ ହୋଇଥାଏ । ଏହି ଗୁପ୍ତ ଗୁଣ୍ତିଚାରେ ଶ୍ରୀମନ୍ଦରରୁ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ବାହାରି ଦୋଳମଣ୍ତପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି । ଶ୍ରୀକ୍ଷେତ୍ରରେ ଆଷାଢ଼ ମାସରେ ଶ୍ରୀଗୁଣ୍ତିଚା ପରେ ଆଶ୍ବୀନ ମାସରେ ଆଉ ଏକ ଗୁପ୍ତ ଗୁଣ୍ତିଚା ଯାତ୍ରାର ଆୟୋଜନ କରାଯାଇଥାଏ । ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବା ଦିନଠାରୁ ଏହି ଗୁପ୍ତ ଗୁଣ୍ତିଚା ଯାତ୍ରା ୧୬ ଦିନ ଧରି ଅନୁଷ୍ଠିତ ହୋଇଥାଏ ।

ଏହା ବି ପଢନ୍ତୁ...ଆଜି ପବିତ୍ର ମହାଳୟା, ପୁରୀରେ ପିତୃପୁରୁଷଙ୍କୁ ଦିଆଯାଉଛି ପିଣ୍ଡଦାନ

ମହାଲକ୍ଷ୍ମୀ ଶ୍ରୀଗୁଣ୍ତିଚା ଯାତ୍ରାରେ ମହାପ୍ରଭୁଙ୍କ ସହ ଯାଇନଥିବାରୁ ଏହି ଗୁପ୍ତ ଗୁଣ୍ତିଚାର ଆୟୋଜନ କରାଯାଏ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ମନାଇବା ପାଇଁ ଏହି ଗୁପ୍ତ ଗୁଣ୍ତିଚାରେ ଦୁର୍ଗାମାଧବ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଦୋଳମଣ୍ତପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାଇଥାନ୍ତି । ଏହି ଗୁପ୍ତ ଗୁଣ୍ତିଚା ଯାତ୍ରାରେ ବିମଳା ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ଦୁର୍ଗାମାଧବଙ୍କୁ ଏକତ୍ର ଏକ ବିମାନରେ ବସାଇ ନିଆଯାଇଥାଏ । ମାଧବ ଭାବେ ଜଗନ୍ନାଥଙ୍କ ଏକ ପ୍ରତିକୃତି ଓ ଦୁର୍ଗାଙ୍କର ଏକ ପ୍ରତିମୂର୍ତ୍ତିକୁ ସିଂହାରୀ ସେବାୟତମାନେ ଏକାଠି ନେବାର ପରମ୍ପରା ରହିଛି ।

ନାରାୟଣୀ ମନ୍ଦିରରେ ଦୁର୍ଗାମାଧବ ପହଞ୍ଚିବା ପରେ ସେଠାରେ ପୂଜା ନୀତି ଅନୁଷ୍ଠିତ ହୋଇଥାଏ । ଏହି ଗୁପ୍ତ ଗୁଣ୍ତିଚାକୁ ଶାକ୍ତ ଗୁଣ୍ତିଚା ଭାବେ ମଧ୍ୟ ନାମିତ କରାଯାଇଥାଏ । ସେପଟେ ଆଜି ଅମାବାସ୍ୟା ଅବସରରେ ମହାପ୍ରଭୂଙ୍କ ସାଗର ବିଜେ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟରଞ୍ଜନ ପଣ୍ଡା କହିଛନ୍ତି, "ଅମବାସ୍ୟା ତିଥିଠାରୁ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା ଯାତ୍ରା ଯାହାକି ନାମ ହେଉଛି ଦୁର୍ଗାମାଧବଙ୍କର ଯାତ୍ରା । ଆଜି ଠାରୁ ନବମୀ ପର୍ଯ୍ୟନ୍ତ ମହାପ୍ରଭୁ ବିମଳା ମନ୍ଦିରଙ୍କୁ ଯାତ୍ରା କରିଥାନ୍ତି । "

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.