ETV Bharat / city

ଆଜି ଚିତାଲାଗି ଅମାବାସ୍ୟା, ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା - ଆଜି ଚିତାଲାଗି ଅମାବାସ୍ୟା

ଆଜି ଶ୍ରାବଣ ମାସ ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା । ଅଧିକ ପଢନ୍ତୁ

ଆଜି ଚିତାଲାଗି ଅମାବାସ୍ୟା, ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା

author img

By

Published : Jul 28, 2022, 2:56 PM IST

ପୁରୀ: ଆଜି ହେଉଛି ପବିତ୍ର ଶ୍ରାବଣ ଅମାବାସ୍ୟା ବା ଚିତା ଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା । ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହ ମାନଙ୍କର ମସ୍ତକରୁ ଯେଉଁ ରତ୍ନ ଖଚିତ ଚିତା 'ଉଲାଗି' କରି ଦିଆଯାଇଥାଏ ତାହା ଆଜିର ତିଥିରେ ଲାଗି କରାଯାଇଥାଏ । ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ, ଓ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଏହି ଚିତା ଲାଗି କରିବେ। ଶ୍ରୀଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ ।

ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା

ଗତ ସ୍ନାନପୂର୍ଣମୀ ଦିନ ମହାପ୍ରଭୁ ଅତ୍ୟଧିକ ସ୍ନାନ କରି ଜ୍ୱର ରୋଗରେ ପୀଡିତ ହୋଇ ଅଣସର ଘରେ ଥିଲେ । ସେହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏହି ଚିତା ଗୁଡିକୁ କାଢି ନିଆ ଯାଇଥିଲା । ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି(ଗୁରୁବାର) ସୋଲ ଚିତାକୁ କଢ଼ାଯାଇ ହୀରା ଖଚିତ ଚିତା ଲାଗି କରାଯାଏ । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ।

କିମ୍ବଦନ୍ତୀ ଅନୁଯାୟୀ ଯଯାତି କେଶରୀ ଶ୍ରୀବିଗ୍ରହଙ୍କୁ ଆଣିବା ପରେ, ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ରତ୍ନବେଦୀରେ ସ୍ଥାପନ କରି ଶ୍ରାବଣ ଅମାବାସ୍ୟାରେ ଚିତାଲାଗି କରାଇଥିଲେ । ଏହା ଗୁପ୍ତ ନୀତି ହୋଇ ଥିବାରୁ ଚିତା ଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ସାରିବା ପରେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥାଏ । ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ମସ୍ତକରେ ଚିତା ଲାଗି କରିବାର ପରମ୍ପରା ରହିଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.