ETV Bharat / city

ମହାନିଦ୍ରାରେ ମହାରଥୀ, ମୃତ୍ୟୁ ସାମ୍ନାରେ ମାନିଲେ ହାର

ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ଭୁଷୁଡି ପଡିଛି ରାଜ୍ୟ ରାଜନୀତିର ଏକ ମାଇଲ ଖୁଣ୍ଟ । ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ମହାନିଦ୍ରାରେ ଶୋଇଯାଇଛନ୍ତି ମହାରଥୀ । ଦେଖନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ...

author img

By

Published : Oct 4, 2020, 9:11 PM IST

Updated : Oct 4, 2020, 10:41 PM IST

ମହାନିଦ୍ରାରେ ମହାରଥୀ, ମୃତ୍ୟୁ ସାମ୍ନାରେ ମାନିଲେ ହାର
ମହାନିଦ୍ରାରେ ମହାରଥୀ, ମୃତ୍ୟୁ ସାମ୍ନାରେ ମାନିଲେ ହାର

ହାଇଦ୍ରାବାଦ: ସରିନାହିଁ ରାଜନୀତି ହାରିବନି ମହାରଥୀ । ଆଉ ଶୁଭିବ ନାହିଁ ତାଙ୍କର ଏହି ଗୁରୁ ଗାମ୍ଭୀର ସ୍ବର । ସବୁବେଳେ ଯାତ୍ରା ଡାଇଲଗକୁ ନେଇ ଚର୍ଚ୍ଚାରେ ରହୁଥିବା ବିଜେଡିର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସ୍ବର ଆଜି ନୀରବୀ ଯାଇଛି । ଭୁଷୁଡି ପଡିଛି ରାଜ୍ୟ ରାଜନୀତିର ଏକ ମାଇଲ ଖୁଣ୍ଟ । ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ମହାଯାତ୍ରାରେ ବାହାରିଛନ୍ତି ମହାରଥୀ । ଭେଣ୍ଟିଲେଟରରେ ଥାଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରଦୀପ ।

୧୯୫୫ ମସିହା ଜୁଲାଇ ୪ରେ ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଖୋରାପଡ଼ା ଗାଁରେ ଜନ୍ମ ଗ୍ରହଣ କରନ୍ତି ପ୍ରଦୀପ ମହାରଥୀ । ନିଜର ନିଆରା ବାକ ଶୈଳୀ ପାଇଁ ରାଜନୈତିକ ଜଗତରେ ବେଶ ଚର୍ଚ୍ଚିତ ଚେହେରା ଥିଲେ ସେ । କେବଳ ପିପିଲି ନୁହେଁ ସମଗ୍ର ପୁରୀ ଜିଲ୍ଲାର ପୁର ପଲ୍ଲୀରେ ରହିଥିଲା ଥିଲା ତାଙ୍କ ସ୍ବତନ୍ତ୍ର ପରିଚୟ । ଛାତ୍ର ଜୀବନରୁ ହିଁ ରାଜନୀତି ପ୍ରତି ମହାରଥୀଙ୍କ ରୁଚି ତାଙ୍କୁ ଓଡିଶା ବିଧାନସଭାର ଏକ ଦକ୍ଷ ନେତା ଭାବରେ ପରିଚୟ ପ୍ରଦାନ କରିଥିଲା । ୧୯୭୫ରେ ଦେଶରେ ଜରୁରୀକାଳୀନ ସ୍ଥିତି ସମୟରେ ଗିରଫ ହୋଇଥିଲେ ପ୍ରଦୀପ ।

୧୯୭୭ ମସିହା ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ବଂୟଶାସିତ ମହାବିଦ୍ୟାଳୟର ଛାତ୍ରସଂସଦ ସଭାପତି ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ମହାରଥୀ ଆଉ ପଛକୁ ଫେରିନାହାନ୍ତି । ଶହେ ଘୋଡାକୁ ଶେହେ ହାତୀ, ଏକା ଲଢିବ ମହାରଥୀ କହି ନିର୍ବାଚନୀ ମୈଦାନରେ ରଣହୁଙ୍କାର ଦେଇଥିଲେ ମହାରଥୀ । ୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚିତ ହୋଇ ବିଧାୟକ ଭାବେ ନେଇଥିଲେ ଶପଥ । ୧୯୯୫ ମସିହାରେ ଗୋଟିଏ ଥର ସେ ନିର୍ବାଚନରେ ପରାଜିତ ହୋଇଥିଲେ । ପରେ ସେ ଆଉ କେବେ ବି ହାରି ନାହାନ୍ତି । ପିପିଲି ବିଧାନସଭା ଆସନରୁ ମହାରଥୀ ୨୦୦୦ ମସିହାରୁ ବିଜେଡି ଟିକେଟରେ କ୍ରମାଗତ ୫ମ ଥର ନିର୍ବାଚିତ ହୋଇଥିଲେ ।

ମୋଟ୍ ୭ ଥର ବିଧାୟକ ହୋଇ ରାଜ୍ୟ ରାଜନୀତିରେ ବିଜୁ ଜନତା ଦଳ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ଛିଡା ହୋଇଥିଲେ ସେ । ରାଜ୍ୟ କ୍ୟାବିନେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅର୍ଜନ କରିଛନ୍ତି ସେ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିବା ବେଳେ ୨୦୧୧ରୁ ୨୦୧୨ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ, ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ କୃଷି ସହ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଏବଂ ୨୦୧୭ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ ପ୍ରଦୀପ ମହାରଥୀ । ରାଜନୀତିରେ କେବଳ ପ୍ରଶଂସା ନୁହେଁ ଅନେକ ବାଦ ବିବାଦ ମଧ୍ୟ ଯୋଡି ହୋଇଥିଲା ମହାରଥୀଙ୍କ ପଛରେ ।

ପାହିନାହିଁ ରାତି ହାରି ନାହିଁ ମହାରଥୀ । ଆଜି ରାତି ପାହିଛି ସତ ହେଲେ ମୃତ୍ୟୁ ସହ ସଂଗ୍ରାମ କରି ହାରିଯାଇଛନ୍ତି ମହାରଥୀ । ମାଟିରେ ମିଶିଯାଇଛି ତାଙ୍କର ମର ଶରୀର । ଅଧୁରା ରାଜନୀତିରେ ପୂର୍ଣ୍ଣଛେଦ ପକାଇ ମହାନିଦ୍ରାରେ ଶୋଇ ପଡିଥିବା ମହାରଥୀ ରାଜ୍ୟବାସୀଙ୍କ ମନରେ ଏକ ଛାପ ହୋଇ ରହିବେ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Last Updated : Oct 4, 2020, 10:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.