ପୁରୀ: ସମୁଦ୍ରରେ ଜେଲି ଫିସ ଆତଙ୍କ । ପୁରୀ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଜେଲି ଫିସ ଲାଗି ୫ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଚୈତନ ଛକ ବେଳାଭୂମି ଠାରୁ ଲାଇଟ ହାଉସ ବେଳାଭୂମି ସମୁଦ୍ରରେ ଗାଧୋଉଥିବା ସମୟରେ କିଛି ପର୍ଯ୍ୟଟକ ଜେଲି ଫିସ ସଂସ୍ପର୍ଶରେ ଆସିଛନ୍ତି । ଜେଲି ଫିସର ମୁହଁରୁ ନିସୃତ ଲାଳ ଲାଗିବା ଫଳରେ ସେମାନଙ୍କ ଦେହହାତ ଜଳା ପୋଡା ହୋଇଥିଲା । ଆହତଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଓ କିଛି ଓଡିଆ ପର୍ଯ୍ୟଟକ ରହିଛନ୍ତି ।
ଇଟିଭି ଭାରତ, ପୁରୀ