ETV Bharat / city

ପୁରୀରେ ସଟଡାଉନ ନିୟମ କଡାକଡି - ସଟଡାଉନ ନିୟମ

ପୁରୀ ଜିଲ୍ଲାରେ ଦୁଇଦିନିଆ ସଟଡାଉନ କୁ କଡାକଡି କରିଛି ପୋଲିସ । ପୋଲିସ ପାଟ୍ରୋଲିଂ ଟିମ ସଟ ଡାଉନକୁ ପାଳନ କରିବା ପାଇଁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ଅଧିକ ଖବର ପଢନ୍ତୁ...

ପୁରୀରେ ସଟଡାଉନ ନିୟମ କଡାକଡି
ପୁରୀରେ ସଟଡାଉନ ନିୟମ କଡାକଡି
author img

By

Published : Jul 19, 2020, 4:59 PM IST

ପୁରୀ: ଜିଲ୍ଲାରେ ଦୁଇଦିନିଆ ସଟଡାଉନ କଡାକଡି କରିଛି ପୋଲିସ । ପୋଲିସ ପାଟ୍ରୋଲିଂ ଟିମ ସଟଡାଉନ ପାଳନ କରିବା ପାଇଁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି । ବିଶେଷ କରି ରେଡ଼କ୍ରସ ରୋଡ ସ୍ଥିତ ମାଛ ମାର୍କେଟରେ ସକାଳୁ ପ୍ରବଳ ଭିଡ ହୋଇଥିବାରୁ ପୋଲିସ ପହଞ୍ଚି ସମସ୍ତଙ୍କୁ ଘଉଡାଇବା ସହ 5 ଜଣକୁ ଅଟକ ରଖିଛି। ଅନେକ ଅମାନିଆ ଲୋକ ସଟଡାଉନ ନିୟମକୁ ଉଲ୍ଲଂଘନ କରି ଅଯଥା ଭିଡ କରୁଥିବା ଦେଖିବାକୁ ମିଳିଥିଲା।

ପୁରୀରେ ସଟଡାଉନ ନିୟମ କଡାକଡି

ବିଶେଷ କରି ଶ୍ରମିକ ଶ୍ରେଣୀର ଲୋକେ କାମ ଧନ୍ଦା ପାଇଁ ମରିଚିକୋଟ ଛକରେ ଭିଡ ଜମାଇଥିଲେ। ପୋଲିସ ସେଠାରେ ମଧ୍ୟ ପହଞ୍ଚି ସେମାନଙ୍କୁ ଘଉଡାଇଥିଲା। ତେବେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ ବନ୍ଦ ରହିଥିଲା। ସୂଚନା ଅନୁଯାୟୀ ଜିଲ୍ଲାରେ ମୋଟ 412 ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେଥି ମଧ୍ୟରୁ 311 ଜଣ ସୁସ୍ଥ ହେବା ପରେ ହସ୍ପିଟାଲ ରୁ ଡିସଚାର୍ଜ ହୋଇଛନ୍ତି ।

98 ଟି ଆକ୍ଟିଭ କେସ ଥିବା ବେଳେ 2 ଜଣ କୋରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ସ୍ବାସ୍ଥ୍ୟ ବିଭାଗ ୱେବ ସାଇଟରେ ସୂଚନା ଅନୁଯାୟୀ ପୁଣି 14 ଜଣ କୋରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି। ତେବେ କୋଭିଡ ସଂକ୍ରମଣ ରୋକିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ବଜାରରେ ସାମାଜିକ ଦୂରତ୍ବ ରଖିବା, ମାସ୍କ ପିନ୍ଧିବା ଉପରେ ନଜର ରଖାଯାଇଛି । ନିୟମ ଉଲଘଂନ କଲେ ଦଣ୍ଡିତ ମଧ୍ୟ କରାଯାଉଥିବା ନଜିର ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.