ETV Bharat / city

କୋଭିଡ ନିୟମ ଉଲ୍ଲଙ୍ଘନ, ସିଲ ହେଲା ସପିଂ ମଲ

author img

By

Published : Dec 31, 2021, 10:00 PM IST

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ପୁରୀର ଏକ ସପିଂ ମଲ୍ ସିଲ୍ । ବଡ ଦାଣ୍ଡର ସମସ୍ତ ଦୋକାନ ଯାଞ୍ଚ କଲା ପୁରୀ ପୋଲିସ । ଅଧିକ ପଢନ୍ତୁ

କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସପିଂ ମଲ୍ ସିଲ୍

ପୁରୀ: କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ସପିଂ ମଲ୍ ସିଲ୍ । ଆଜି(ଗୁରୁବାର) ପୁରୀର ଏକ ସପିଂ ମଲକୁ ସିଲ୍ କରିଛି ପୋଲିସ । କୋଭିଡ ଗାଇଡ ଲାଇନ ଉଲଙ୍ଘନ ଅଭିଯୋଗ ହେବା ପରେ ଚଢାଉ କରିଥିଲା ପୋଲିସ ।

ତେବେ ନୂଆବର୍ଷ ପାଇଁ ବିଭିନ୍ନ ସପିଂ ମଲରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ପୁରୀ ସହରର କେତେକ ସପିଙ୍ଗ ମଲରେ କୋଭିଡ ଗାଇଡଲାଇନ ଉଲଙ୍ଘନ ଅଭିଯୋଗ ହେବା ପରେ ପୁରୀ ପୋଲିସ ଚଢ଼ାଉ କରିଛି । ମେଡ଼ିକାଲ ଛକରେ ବିଶାଲ ମେଗା ମାର୍ଟକୁ ପୁରୀ ପୋଲିସ ସିଲ କରିଛି । ସେପଟେ ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଚନ ଦାସଙ୍କ ସହ ଏକ ଟିମ ବଡ଼ ଦାଣ୍ଡରେ ଥିବା ସପିଂ ମଲରେ ଯାଞ୍ଚ କରିବା ସହ ନିୟମ ଉଲଙ୍ଘନ ନ କରିବାକୁ ଦୋକାନୀଙ୍କୁ ତାଗିଦ କରିଛନ୍ତି ।

ତେବେ ନିୟମ ଅନୁଯାୟୀ, କୋଭିଡ ଗାଇଡଲାଇନ ଅନୁଯାୟୀ ସପିଂ ମଲରେ ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର, ମାସ୍କ ବ୍ୟବହାରକୁ ନେଇ ସଚେତନ କରାଯାଇଛି । ନିୟମ ଉଲଘଂନ କଲେ ବ୍ୟବସାୟ ପ୍ରତିଷ୍ଠାନକୁ ପୋଲିସ ସିଲ କରିବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.