ETV Bharat / city

ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସେନାପଟା ଲାଗି ଦଇତାପତିଙ୍କ ପ୍ରସ୍ତୁତି ଶେଷ

ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ସେନାପଟା ଲାଗି କାର୍ଯ୍ୟ ସମ୍ପାଦନ ଶେଷ କଲେ ଦଇତାପତି ସେବକ । ଅଧିକ ପଢନ୍ତୁ

author img

By

Published : Jun 13, 2022, 8:02 PM IST

ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସେନାପଟା ଲାଗି ଦଇତାପତିଙ୍କ ପ୍ରସ୍ତୁତି ଶେଷ
ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ସେନାପଟା ଲାଗି ଦଇତାପତିଙ୍କ ପ୍ରସ୍ତୁତି ଶେଷ

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା (Snana Yatra) । ଏଥିପାଇଁ ଆଜି ସେନାପଟା ଲାଗି କାର୍ଯ୍ୟ ସମ୍ପାଦିତ କରିଛନ୍ତି ଦଇତାପତି ସେବାୟତ । ବିଳମ୍ବିତ ରାତିରେ କୋଠଶୁଆଁଶିଆମାନେ ମହାପ୍ରଭୁଙ୍କ ଚାରମାଳ ବନ୍ଧା କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।

ପହଣ୍ଡି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି ଗୁପ୍ତ ନୀତି କରୁଥିବାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଥିଲା । ଦେବସ୍ନାନ ପୂର୍ଣ୍ଣମୀ ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତାକାଲି ଭୋର 3 ଟା 30 ରେ ମଙ୍ଗଳାର୍ପଣ ପରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ଭୋର ୪ଟାରୁ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ । ପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅଧରପୋଛା, ଅବକାଶ ସହ ଅନ୍ୟାନ୍ୟ ନୀତି ବଢି ଜଳବିଜେ ହେବ ।

ମହାପ୍ରଭୁଙ୍କ ସ୍ନାନ - ୯.୩୦ ରୁ ୧୧.୩୦ ମଧ୍ୟରେ ହେବ । ପରେ ଛେରା ପହଁରା ହୋଇ ହାତୀବେଶ ଦିନ ୧୨.୩୦ରୁ ୨.୩୦ ମଧ୍ୟରେ ହେବ । ଶ୍ରୀଜୀଉଙ୍କ ବାହୁଡା ପହଣ୍ଡି ରାତି ୧୦ରୁ ୧ଟା ମଧ୍ୟରେ ଶେଷ ହେବ । ଆସନ୍ତାକାଲି ମହାପ୍ରଭୁ ସ୍ନାନ ମଣ୍ଡପରେ ବିଜେ କରିବା ପରେ ଭକ୍ତମାନେ ସ୍ନାନବେଦୀକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.