ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଶନିବାର ୧୦୦ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ସେବାୟତ ଶ୍ରୀମନ୍ଦିରର ନୀଳଚକ୍ରରେ ବାନା ବାନ୍ଧି ହୀରାବେନଙ୍କ ଦୀର୍ଘାୟୁ କାମନା କରିଛନ୍ତି । ମଧୁସୂଦନ ସିଂହାରୀ ଏହି ପତିତପାବନ ବାନା ବାନ୍ଧିଛନ୍ତି ।
ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ୩୨୨ ଟଙ୍କାର ରସିଦ କାଟି ହୀରାବେନଙ୍କ ପାଇଁ ବାନା ବାନ୍ଧି ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଆଙ୍କ ମଙ୍ଗଳ ମନାସି ମହାପ୍ରଭୁଙ୍କ ନିକଟରେ ଦୀପଦାନ କରିଥିବା କହିଛନ୍ତି । ଗତକାଲି ତଥା ଜୁନ ୧୮ ତାରିଖରେ ମୋଦିଙ୍କ ମାଆ ୧୦୦ ବର୍ଷରେ ପାଦ ଦେଇଛନ୍ତି ।
ଏହି ଅବସରରେ ମୋଦି ଗୁଜୁରାଟ ଗସ୍ତ କରି ମାଆଙ୍କୁ ଭେଟିବା ସହ ପିଲାଦିନକୁ ମନେ ପକାଇ ଭାବୁକ ହୋଇଥିଲେ । ଏହାସହ ନିଜ ପିଲାଦିନ ଓ ମା’ଙ୍କ ତ୍ୟାଗ ମନେ ପକାଇ ନିଜ ଓ୍ବେବସାଇଟରେ ଏକ ବ୍ଲଗ ମଧ୍ୟ ଲେଖିଛନ୍ତି । ଏହି ବ୍ଲଗରେ ବେଶ ଭାବପ୍ରବଣ ନଜର ଆସିଛନ୍ତି ମୋଦି ।
ଇଟିଭି ଭାରତ, ପୁରୀ