ETV Bharat / city

ରଥଯାତ୍ରା ପୂର୍ବରୁ ଡିଜିପିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ ଅନୁଷ୍ଠିତ - ପୁରୀ

ପୁରୀରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ହେବା ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 6, 2019, 3:53 PM IST

Updated : Jun 6, 2019, 4:02 PM IST

ପୁରୀ: ଜୁଲାଇ 4 ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କିଭିଳି ଭାବେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ହେବ ସେନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ପୁରୀରେ ବସିଛି ସମୀକ୍ଷା ବୈଠକ । ବୈଠକରେ ବରିଷ୍ଠ ପୋଲିସର ଅଧିକାରୀ ସାମିଲ ହୋଇଥିଲେ। ମୁଖ୍ୟତଃ ବାତ୍ୟା ଯୋଗୁ ଅନେକ ସୁରକ୍ଷା ସମ୍ପର୍କିତ କାର୍ଯ୍ୟ ଆଗେଇ ପାରି ନ ଥିବା ହେତୁ କିଭଳି ଏହାକୁ ତ୍ୱରାନ୍ୱିତ କରାଯିବ ସେନେଇ ଡିଜି ଆରପି ଶର୍ମା ଆଲୋଚନା କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେହିଭଳି ସିସିଟିଭି କ୍ୟାମେରାର ବହୁତ କ୍ଷତି ହୋଇ ଥିବାରୁ ସେଗୁଡିକ ଯଥା ଶୀଘ୍ର ମରାମତି କରାଯାଇ କାର୍ଯ୍ୟରେ ଲଗାଯିବ ସହ ରଥଯାତ୍ରାରେ ହଜାର ହଜାର ପୋଲିସ କର୍ମଚାରୀ ରହିବା ନେଇ ଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପୋଲିସ ଫୋର୍ସ ଓ ଅଫିସର ରହୁଥିବା ବାତ୍ୟା କ୍ଷତି ଗ୍ରସ୍ତ ଗୃହ ଗୁଡିକ ଶୀଘ୍ର ମରାମତି କରିବାକୁ ସରକାରଙ୍କୁ କୁହାଯାଇଥିବା ଡିଜି କହିଛନ୍ତି।

ପୂର୍ବ ବର୍ଷ ଭଳି 155 ପ୍ଲାଟୁନ ପୋଲିସ ଫୋର୍ସ ରଥଯାତ୍ରା ସୁରକ୍ଷା ଦ୍ୱାୟିତରେ ଥିବାବେଳେ ଚଳିତବର୍ଷ ଅନୁରୂପ ପୋଲିସ ଫୋର୍ସ ରହିବେ ବୋଲି କହିଛନ୍ତି ଡିଜି । ରାପିଡ ଆକ୍ସନ ଫୋର୍ସ, କାଉଣ୍ଟର ଟେରୋ ରିଷ୍ଟ ସ୍କ୍ୱାର୍ଡ, ଉପକୂଳ ସୁରକ୍ଷା ପାଇଁ କୋଷ୍ଟ ଗାର୍ଡ ମୁତୟନ ହେବେ। ଆଇନି ଶୃଙ୍ଖଳା ରକ୍ଷା ତଦାରଖ ପାଇଁ ଆଇଜି ସଂଜୀବ ପଣ୍ଡା, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଟ୍ରାଫିକ ପାଇଁ ଆଇଜି ଅମିତାଵ ଠାକୁର, କ୍ରାଉଡ଼ କଣ୍ଟ୍ରୋଲ ମ୍ୟାନେଜମେଣ୍ଟ ପାଇଁ ଆଇଜି ଅସିତ ପାଣିଗ୍ରାହୀ ଦ୍ୱାୟିତରେ ରହିବେ। ଏମାନଙ୍କୁ ସାହାଯ୍ୟ ପାଇଁ ଅନ୍ୟ ପୋଲିସ ଅଧିକାରୀ ନିୟୋଜିତ ହେବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Slug, rath yatra meeting , avb, Puri,6.6.19

Anc,, ଜୁଲାଇ 4 ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେବେ ସୁରକ୍ଷା ବ୍ୟବସ୍ଥା କୀଭଳି ରହିବ ସେ ନେଇ ପୋଲିସ ଡିଜି ପୁରୀ ରେ ସମୀକ୍ଷା କରିଛନ୍ତି। ଯେଉଁ ଥିରେକି ରାଜ୍ୟ ପୋଲିସ ର ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇ ଥିଲେ। କୀଭଳି ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସରିବ ସେ ନେଇ ଆଲୋଚନା ହୋଇଥିଲା। ମୁଖ୍ୟତଃ ବାତ୍ୟା ଯୋଗୁ ଅନେକ ସୁରକ୍ଷା ସମ୍ପର୍କିତ କାର୍ଯ୍ୟ ଆଗେଇ ପାରି ନ ଥିବା ହେତୁ କୀଭଳି ଏହାକୁ ତ୍ୱରାନ୍ୱିତ କରାଯିବ ସେ ନେଇ ଡି ଜି ଆର ପି ଶର୍ମା ଆଲୋଚନା କରିଥିଲେ। cctvକ୍ୟାମେରା ବହୁତ କ୍ଷତି ହୋଇ ଥିବାରୁ ସେଗୁଡିକ ଯଥା ଶୀଘ୍ର ମରାମତି କରାଯାଇ କାର୍ଯ୍ୟ ରେ ଲଗାଯିବ ବୋଲି ପୋଲିସ ଡିଜି କହିଛନ୍ତି। ସେହିପରି ହଜାର ହଜାର ପୋଲିସ କର୍ମଚାରୀ ରହିବା ନେଇ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପୋଲିସ ଫୋର୍ସ ଓ ଅଫିସର ରହୁଥିବା ବାତ୍ୟା କ୍ଷତି ଗ୍ରସ୍ତ  ଗୃହ ଗୁଡିକ ଶୀଘ୍ର ମରାମତି କରିବାକୁ ସରକାର ଙ୍କୁ କୁହାଯାଇ ଥିବା ଡିଜି କହିଛନ୍ତି। ପୂର୍ବ ବର୍ଷ ଭଳି155 ପ୍ଲାଟୁନ ପୋଲିସ ଫୋର୍ସ ରଥଯାତ୍ରା ସୁରକ୍ଷା ଦ୍ୱାୟିତ ରେ ଥିବା ବେଳେ ଚଳିତ ବର୍ଷ ଅନୁରୂପ ପୋଲିସ ଫୋର୍ସ ରହିବେ ବୋଲି କହିଛନ୍ତି ଡିଜି। ରାପିଡି ଆକ୍ସନ ଫୋର୍ସ,, କାଉଣ୍ଟର ଟେରୋ ରିଷ୍ଟ ସ୍କ୍ୱାର୍ଡ , ଉପକୂଳ ସୁରକ୍ଷା ପାଇଁ କୋଷ୍ଟ ଗାର୍ଡ ମୁତୟନ ହେବେ। ଆଇନି ଶୃଙ୍ଖଳା ରକ୍ଷା ତଦାରଖ ପାଇଁ ଆଇଜି ସଂଜୀବ ପଣ୍ଡା , ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଇଜି ସୌମେନ୍ଦ୍ର ପ୍ରିୟ ଦର୍ଶୀ , ଟ୍ରାଫିକ ପାଇଁ ଆଇଜି ଅମିତାଵ ଠାକୁର , କ୍ରାଉଡ଼ କଣ୍ଟ୍ରୋଲ ମ୍ୟାନେଜମେଣ୍ଟ ପାଇଁ ଆଇଜି ଅସିତ ପାଣିଗ୍ରାହୀ ଦ୍ୱାୟିତ ରେ ରହିବେ। ଏମାନଙ୍କୁ ସାହାଯ୍ୟ ପାଇଁ ଅନ୍ୟ ପୋଲିସ ଅଧିକାରୀ ରହିବେ। 

ବାଇଟ ,, ଆର ପି ଶର୍ମା , ପୋଲିସ ଡିଜି

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

ମୋଜୋ ରେ ଭିଯୁଆଲ ବାଇଟ ଯାଇଛି।
Last Updated : Jun 6, 2019, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.