ETV Bharat / city

ବାହୁଡା ଯାତ୍ରାରେ ସୁରକ୍ଷାକର୍ମୀଙ୍କ ଘୃଣ୍ୟ କାର୍ଯ୍ୟ ! ଭିଡରେ ମହିଳା ଭକ୍ତଙ୍କୁ କଲେ ଅସଦାଚରଣ

ବାହୁଡା ଯାତ୍ରାରେ ମହିଳାଙ୍କୁ ଅସଦାଚରଣ କଲେ RAF ଯବାନ ! ଭିଡିଓ ଭାଇରାଲ ପରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି । ଅଧିକ ପଢନ୍ତୁ

ବାହୁଡା ଯାତ୍ରାରେ ସୁରକ୍ଷାକର୍ମୀଙ୍କ ଘୃଣ୍ୟ କାର୍ଯ୍ୟ ! ଭିଡରେ ମହିଳା ଭକ୍ତଙ୍କୁ କଲେ ଅସଦାଚରଣ
ବାହୁଡା ଯାତ୍ରାରେ ସୁରକ୍ଷାକର୍ମୀଙ୍କ ଘୃଣ୍ୟ କାର୍ଯ୍ୟ ! ଭିଡରେ ମହିଳା ଭକ୍ତଙ୍କୁ କଲେ ଅସଦାଚରଣ
author img

By

Published : Jul 11, 2022, 4:32 PM IST

ପୁରୀ: ବାହୁଡା ଯାତ୍ରାରେ ସୁରକକ୍ଷାକର୍ମୀଙ୍କ ଘୃଣ୍ୟ କାର୍ଯ୍ୟ । ଭିଡର ସୁଯୋଗ ନେଇ ମହିଳା ଭକ୍ତଙ୍କୁ ଅସଦାଚରଣ କଲେ ରାପିଡ ଆକ୍ସନ ଫୋର୍ସ ଯବାନ । ଭକ୍ତଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଯବାନଙ୍କ ଏପରି କାର୍ଯ୍ୟକୁ ପୁରୀରେ ତିବ୍ର ବିରୋଧ । ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଭକ୍ତଙ୍କ ମହଲରେ ଦାବି ।

ବାହୁଡା ଯାତ୍ରାରେ ସୁରକ୍ଷାକର୍ମୀଙ୍କ ଘୃଣ୍ୟ କାର୍ଯ୍ୟ ! ଭିଡରେ ମହିଳା ଭକ୍ତଙ୍କୁ କଲେ ଅସଦାଚରଣ

ସୂଚନାଅନୁଯାୟୀ ଗତ ଶନିବାର ବାହୁଡାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରଥଟାଣିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଜନ୍ମ ବେଦୀରୁ ମହାପ୍ରଭୁ ରଥାରୁଢ ହୋଇ ରତ୍ନବେଦୀ ଅଭିମୁଖେ ଯାଇଥିଲେ l ହଜାର ହଜାର ପୋଲିସ, ଯବାନଙ୍କ ଉପସ୍ଥିତରେ ରଥ ଗଡ଼ିଥିଲା ଓ ଲକ୍ଷାଧିକ ଭକ୍ତଙ୍କୁ ମଧ୍ୟ ସହଯୋଗ କରିଥିଲେ । ଏହାରି ଭିତରେ ଏକ RAF ବା ରାପିଡ଼ ଆକ୍ସନ ଫୋର୍ସ ଯବାନ ଅସଦାଚରଣ କରିଥିବା ଦେଖିବାକୁ ମିଳିଥିଲା l ଯାହା ଏବେ ଭାଇରାଲ ହୋଇଛି ।

ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା ବାହିନୀ ଯଦି ମହିଳାଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଅସଦାଚରଣ କରିବେ ତାହା ଅତ୍ୟନ୍ତ ଦୁଃଖ ଦାୟକ । ତୁରନ୍ତ ଘଟଣାର ତଦନ୍ତ କରି ଉକ୍ତ RAF ଯବାନଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଭକ୍ତଙ୍କ ସୁରକ୍ଷା ନିମନ୍ତେ ଯବାନ ମାନେ ନିୟୋଜିତ ରହିଥିବାବେଳେ ଏପରି କାର୍ଯ୍ୟ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.