ETV Bharat / city

ବାହୁଡା ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Jul 11, 2019, 11:01 PM IST

ସରିଛି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବିରଳ ସନ୍ଧ୍ୟା ଦର୍ଶନ । ବାହୁଡା ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ସରିଛି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବିରଳ ସନ୍ଧ୍ୟା ଦର୍ଶନ । ଏହି ସନ୍ଧ୍ୟାରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ତେବେ ଏହାପରେ ମହାପ୍ରଭୁଙ୍କ ବଡ ସିଂହାର ବେଶ, ବାହୁଟ କଣ୍ଟକ, ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଆସନ୍ତାକାଲି ଭୋର 4ଟାରୁ ନୀତି ନିର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତି, ଅବକାଶ, ତଡପ ଲାଗି, ସୂର୍ଯ୍ୟ ପୂଜା ସହ ବିଭିନ୍ନ ନୀତିକାନ୍ତି ପରେ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ । ପରେ ଚତୁର୍ଦ୍ଧା ମୂର୍ତ୍ତୀ ଧାଡି ପହଣ୍ଡିରେ ବାହାରି ତିନି ରଥରେ ବିଜେ କରିବେ । ଆଉ ଶେଷରେ ଅୁନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଯାହାକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଏହାସହ କେଉଁଭଳି ଭାବରେ ଶାନ୍ତିଶୃଙ୍ଖଳାର ସହ ବାହୁଡା ନୀତି ସମ୍ପର୍ଣ୍ଣ ହେବ, ତାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.