ETV Bharat / city

ଆସନ୍ତାକାଲି ନିମାପଡା ଗୋପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ପ୍ରସ୍ତୁତି ଶେଷ - ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ଆସନ୍ତାକାଲି (ଶୁକ୍ରବାର) ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହି କ୍ରମରେ ପୁରୀ ଜିଲ୍ଲା ନିମାପଡା ଓ ଗୋପ ବ୍ଲକରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିମାପଡା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୮୧ ଟି ଓ୍ବାର୍ଡ ଏବଂ ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ କରାଯିବ । ଅଧିକ ପଢନ୍ତୁ

ଆସନ୍ତାକାଲି ନିମାପଡା ଗୋପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ପ୍ରସ୍ତୁତି ଶେଷ

author img

By

Published : Feb 17, 2022, 5:57 PM IST

ପୁରୀ : ଆସନ୍ତାକାଲି (ଶୁକ୍ରବାର) ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହି କ୍ରମରେ ପୁରୀ ଜିଲ୍ଲା ନିମାପଡା ଓ ଗୋପ ବ୍ଲକରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ନିମାପଡା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୮୧ ଟି ଓ୍ବାର୍ଡ ଏବଂ ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ କରାଯିବ ।

ସେହିପରି ଗୋପ ବ୍ଲକର ୩୧ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ୪୫୯ଟି ୱାର୍ଡ ଏବଂ ୪ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ଭୋଟ ଗ୍ରହଣ କରାଯିବ । ‌ଏହି ଦୁଇଟି ବ୍ଲକରେ ସମୁଦାୟ ୩୦୩୫୨୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଉଭୟ ବ୍ଲକରେ ୨୧୯ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।

ଆସନ୍ତାକାଲି ନିମାପଡା ଗୋପରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ପ୍ରସ୍ତୁତି ଶେଷ

ତେବେ ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ସମୟ ଥିବାରୁ ପୋଲିଂ ଦଳ ଆଜି(ଗୁରୁବାର) ନିଜ ନିଜ ବୁଥ ମାନଙ୍କରେ ପହଞ୍ଚି ସମସ୍ତ ପ୍ରସ୍ତୁତି କରିଛନ୍ତି। ନିମାପଡା ପାଇଁ ୩୩ ଜଣ ଏବଂ ଗୋପ ବ୍ଲକ ପାଇଁ ୩୦ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଗୋପ ପଞ୍ଚାୟତର ୩ ନମ୍ବର ଓ୍ବାର୍ଡ ସହ ନିମାପଡା ତେରୁଣ୍ଡିଆ ପଞ୍ଚାୟତର ୧୬ ନମ୍ବର ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି ।

ଏହାବି ପଢନ୍ତୁ :ସ୍ବାମୀ ଶାଶୁଙ୍କ ପ୍ରେରଣା ପାଇଁ ରଣାଙ୍ଗନାରେ ପ୍ରାର୍ଥୀ ମାନିନୀ

ତେବେ ବୁଧବାର ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ୩ଟି ବ୍ଲକର ପାଞ୍ଚୋଟି ବୁଥରେ ଗଣ୍ଡଗୋଳ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା। କଣାସ ବ୍ଲକ ବଡ଼ାଲ ପଞ୍ଚାୟତର ୫,୭,୮ ନମ୍ବର ବୁଥ, କୃଷ୍ଣପ୍ରସାଦ ଅଲଣ୍ଡା ପଞ୍ଚାୟତର ୮ ନମ୍ବର ବୁଥ ଓ ବ୍ରହ୍ମଗିରୀ ବ୍ଲକ ଚାପମାଣିକ ପଞ୍ଚାୟତର ୯ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିବାରୁ ଏଠାରେ ଖୁବଶୀଘ୍ର ପୁନଃ ନିର୍ବାଚନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ କଭରେଜ ପାଇଁ ଯାଇଥିବା କିଛି ସାମ୍ବାଦିକଙ୍କୁ କଣାସ ବ୍ଲକ ବଡ଼ାଲ ପଞ୍ଚାୟତକୁ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଶାନ୍ତି ଶୃଙ୍ଖଳାର ସହ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସାବ୍ୟସ୍ତ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.